ଅନ୍ୟ ଯୁବତୀଙ୍କ ପାଇଁ ରାକ୍ଷୀଙ୍କୁ ଛାଡ଼ିଲେ ଆଦିଲ, ଭିଡିଓରେ କାନ୍ଦି କାନ୍ଦି ଦୁଃଖ ବଖାଣିଲେ ଅଭିନେତ୍ରୀ

ମୁମ୍ବାଇ: ଅନ୍ୟ ଯୁବତୀଙ୍କ ପାଇଁ ରାକ୍ଷୀଙ୍କୁ ଛାଡ଼ିଲେ ଆଦିଲ। ସବୁକିଛି ଠିକ ହୋଇଯାଇଥିବା କଥା ରାକ୍ଷୀ କହିବାର ଦିନକ ପରେ ଆଜି ଏଭଳି ବଡ଼ ଖବର ସାମ୍ନାକୁ ଆସିଛି। ଆଦିଲଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀ ଆସିବାରୁ ଆଦିଲ, ରାକ୍ଷୀଙ୍କୁ ଧୋକା ଦେଇଥିବା ଅଭିନେତ୍ରୀ କହିଛନ୍ତି। ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗଣମାଧ୍ୟମକୁ ଆଦିଲଙ୍କଠାରୁ ଅଲଗା ହେବା ବିଷୟରେ କହିଛନ୍ତି।

ଭିଡିଓରେ ରାକ୍ଷୀ କହିଛନ୍ତି, ତାଙ୍କ ମା’ଙ୍କ ମୃତ୍ୟୁ ପୂର୍ବରୁ ଆଦିଲ ଆଉ ଜଣେ ଯୁବତୀଙ୍କ ସହ ରହିବା ଆରମ୍ଭ କରିଥିଲେ। ମା’ଙ୍କ ମୃତ୍ୟୁ ହେବା ‌ପରେ ସେ ଘରକୁ ଫେରି ଏହା ଜାଣିପାରିଥିଲେ। ଆଦିଲଙ୍କ ଶରୀରରେ ଲଭ୍ ବାଇଟ ଦେଖି ରାକ୍ଷୀ ପ୍ରଶ୍ନ କରିବା ପରେ ଆଦିଲ ତାଙ୍କଠାରୁ ଅଲଗା ହେବାକୁ କହିଥିଲେ। ଗଣମାଧ୍ୟମ ଆଗରେ ରାକ୍ଷୀ, ଆଦିଲଙ୍କ ବିରୋଧରେ କହୁଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ଏହା ଶୁଣି ରାକ୍ଷୀ ଆଦିଲଙ୍କ ଗୋଡ ତଳେ ପଡ଼ିଯାଇଥିଲେ। ହେଲେ ଆଦିଲଙ୍କ ତାଙ୍କୁ ଗୋଇଠା ମାରିବା ସହ ଗଣମାଧ୍ୟମ ଆଗରେ କ୍ଷମା ମାଗିବାକୁ କହିଥିଲେ।

ରାକ୍ଷୀ କହିଛନ୍ତି, ସେ ମୋତେ କହିଥିଲେ ଯେ ମୁଁ ଗଣମାଧ୍ୟମ ଆଗରେ କ୍ଷମା ମାଗିଲେ ସେ ମୋ ପାଖକୁ ଫେରି ଆସିବେ। ସେ ମୋତେ କହିଥିଲେ ଯେ ସେ ସବୁକିଛି ଛାଡି ଫେରି ଆସିବେ। କିନ୍ତୁ ସେ ଫେରିଲେ ନାହିଁ। ସେ ଏବେ ସେହି ଯୁବତୀଙ୍କ ସହିତ ରହୁଛନ୍ତି। ସେ ଯୁବତୀଙ୍କୁ ବି ଲଜ୍ଜା ଲାଗୁନାହିଁ। ଶେଷରେ, ଆଦିଲ ମୋତେ ଛାଡି ଦେଇଛନ୍ତି।

ପୂର୍ବରୁ ରାକ୍ଷୀ ଖୁସି ହୋଇ କହିଥିଲେ ଯେ ମୁଁ ଏକ ଖୁସି ଖବର ଦେବାକୁ ଚାହୁଁଛି। ଦେଶର ଲୋକଙ୍କୁ କହିବାକୁ ଚାହୁଁଛି ଯେ, ମୋ ଆଦିଲ ଏବେ ମୋ ପାଖକୁ ଫେରି ଆସିଛନ୍ତି। ଆମ ଭିତରେ ଏବେ ସବୁ ଠିକ ଅଛି। ଆଦିଲ ମୋ ସ୍ବାମୀ। ଆମ ଦୁହିଁଙ୍କ ସମ୍ପର୍କରେ କୌଣସି ତୃତୀୟ ଲୋକ ଆସିପାରିବେ ନାହିଁ।

 

View this post on Instagram

 

A post shared by Viral Bhayani (@viralbhayani)

ସମ୍ବନ୍ଧିତ ଖବର