ମୁମ୍ବାଇ: ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦ ମଧ୍ୟରେ ଶତ୍ରୁ ସହ ବନ୍ଧୁତା କଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ପୂର୍ବରୁ ରାକ୍ଷୀ, ଶର୍ଲିନ ଚୋପ୍ରାଙ୍କ ପ୍ରଶଂସା କରିଥିବା ବେଳେ ଏବେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି।
ନିଜ ଦାମ୍ପତ୍ୟ ଜୀବନ ହେତୁ ରାକ୍ଷୀ ସାୱନ୍ତ ଏବେ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ତଳେ ରାକ୍ଷୀ ସାୱନ୍ତ, ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ ଆଦିଲଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ସ୍ବାମୀ ଜେଲରେ ଥିବା ବେଳେ ରାକ୍ଷୀ ସାୱନ୍ତ ଏବଂ ଶର୍ଲିନ୍ ଚୋପ୍ରାଙ୍କ ମଧ୍ୟରେ ଥିବା ଶତ୍ରୁତା ଧୀରେ ଧୀରେ ଦୂର ହେବାରେ ଲାଗିଛି। ରାକ୍ଷୀ ସାୱନ୍ତ, ଶର୍ଲିନ୍ ଚୋପ୍ରାଙ୍କୁ କ୍ଷମା ମାଗିବା ସହ ଦୁଇଜଣ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଇନଷ୍ଟାରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଉଭୟ ଅଭିନେତ୍ରୀ ଗଣମାଧ୍ୟମ ଆଗରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ରାକ୍ଷୀ କହୁଛନ୍ତି ଯେ, 'ଶର୍ଲିନ୍ ମୋର ପୁରୁଣା ବନ୍ଧୁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମ ମଧ୍ୟରେ ବିବାଦ ହୋଇଛି। କିନ୍ତୁ, ମୁଁ ମୋ ଭଉଣୀକୁ କ୍ଷମା ମାଗୁଛି। ମୁଁ ତୁମକୁ ବହୁତ ଭଲପାଏ।' ଏହା ପରେ ଶର୍ଲିନ୍, ରାକ୍ଷୀଙ୍କୁ ପଚାରୁଛନ୍ତି, 'ସାନ ଭଉଣୀ ନା ବଡ଼ ଭଉଣୀ? ଏହାର ଉତ୍ତରରେ ଦୁହିଁଙ୍କ ସହ ବସିଥିବା ଜଣେ ବ୍ୟକ୍ତି ସମାନ ବୟସ ବୋଲି କହୁଥିବା ଦେଖାଯାଇଛି।
View this post on Instagram