ନୂଆଦିଲ୍ଲୀ: ରାକ୍ଷୀ ସାୱନ୍ତ ପୁଣି ଥରେ ତାଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଆଦିଲଙ୍କ ସହିତ ହାତରେ କୋର୍ଟ ମ୍ୟାରେଜର ପ୍ରମାଣପତ୍ର ଧରିଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ତେବେ ରାକ୍ଷୀ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ବିବାହକୁ ମଧ୍ୟ ଗ୍ରହଣ କରିଛନ୍ତି ଏବଂ ସେ ନିଜେ ଆଦିଲଙ୍କ ସହ ବିବାହ ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ସେୟାର କରି ରାକ୍ଷୀ ସାୱନ୍ତ ଲେଖିଥିଲେ- 'ଶେଷରେ, ମୁଁ ମୋ ପ୍ରେମକୁ ବିବାହ କରି ବହୁତ ଖୁସି ଏବଂ ଉତ୍ସାହିତ ଅଛି, ଆଦିଲ ମୋ ପ୍ରେମ ତୁମ ପାଇଁ ନିଃସ୍ବାର୍ଥ।' ଏହି ଫଟୋ ସେୟାର ହେବା ମାତ୍ରେ ରାକ୍ଷୀଙ୍କ ପାଖକୁ ସୁଖ ବୈବାହିକ ଜୀବନ ପାଇଁ ଅନେକ ଶୁଭକାମନା ବାର୍ତ୍ତା ଛୁଟି ଆସିଥିଲା।

ଏହି ଫଟୋଗୁଡ଼ିକ ସହିତ ରାକ୍ଷୀ ସାୱନ୍ତ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ବିବାହ ପ୍ରମାଣପତ୍ରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଫାତିମା ରାକ୍ଷୀ ସାୱନ୍ତ ଲେଖାଥିବା ଦେଖିବାକୁ ମିଳିଛି। ଏପରିକି ଏହି ବିବାହ ପ୍ରମାଣପତ୍ରରେ ବିବାହ ତାରିଖ ଗତବର୍ଷ ଅର୍ଥାତ ୨୦୨୨ ମଇ ୨୯ ତାରିଖ ଲେଖାହୋଇଛି।

ଏହି ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ସାୱନ୍ତ ସାତ ମାସ ପୂର୍ବରୁ ବିବାହ କରିସାରିଛନ୍ତି କିନ୍ତୁ ସେ ଏପର୍ଯ୍ୟନ୍ତ କାହିଁକି ଏହି ବିବାହକୁ ଲୁଚାଇଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଦିଲ ଖାନ ଏହି ବିବାହକୁ ସ୍ବୀକାର କରୁ ନଥିବା ଜଣାପଡ଼ିଛି।। ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଏବଂ ସେ ଜଣେ ବ୍ୟବସାୟୀ । ଯଦି ରାକ୍ଷୀଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ବିଶ୍ବାସ କରାଯାଏ ତେବେ ଏହା ହେଉଛି ରାକ୍ଷୀ ସାୱନ୍ତଙ୍କ ଦ୍ୱିତୀୟ ବିବାହ ।