ବିମାନ ମଧ୍ୟରେ ନାଚିବାକୁ ମନା କରାଯିବାରୁ ବହୁତ ଜୋରରେ ଡ଼୍ୟାନ୍ସ ଆସୁଛି କହି ବିମାନର ଶୌଚାଳୟକୁ ଚାଲି ଯାଇଥିଲେ ରାକ୍ଷୀ ସାଓ୍ଵନ୍ତ,ତା’ପରେ…

ମୁମ୍ବାଇ : ସବୁ ବେଳେ ନିଜର କାମକୁ ନେଇ ବିବାଦରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ । କିଛି ନ ଭାବି ସେ କେଉଁଠି ବି କାହା ବିଷୟରେ କିଛି କହି ଦେଇଥାନ୍ତି । ଏହା ପରେ ତାଙ୍କୁ ପରେ ବିବାଦର ଶିକାର ହେବାକୁ ପଡ଼ିଥାଏ । ଏବେ ପୁଣି ଏକ କାମ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିମାନ ମଧ୍ୟରେ ମନା କରାଯିବା ପରେ ମଧ୍ୟ ସେ ଶୌଚାଳୟକୁ ଯାଇ ନାଚିଥିବା ଦେଖା ଯାଇଛି ।


TellyMasala

ସୂଚନା ମୁତାବକ,ବିମାନ ମଧ୍ୟରେ ସେ ନିଜର ଜଣେ ବନ୍ଧୁଙ୍କ ସହ ଯାତ୍ରା କରୁଥିଲେ । କିଛି ସମୟ ପରେ ତାଙ୍କୁ ବିମାନ ଭିତରେ ନାଚିବାକୁ ଇଚ୍ଛା ହେବାରୁ ସେ ତାଙ୍କ ସାଙ୍ଗଙ୍କୁ ଡ଼ାକିଥିଲେ । କିନ୍ତୁ ତାଙ୍କ ସାଙ୍ଗ ନାଚିବାକୁ ମନା କରିବା ସହ ଏୟାରହୋଷ୍ଟେସ ମଧ୍ୟ ଏପରି କରିବାକୁ ମନା କରିଥିଲେ । ଯାହା ପରେ ରାକ୍ଷୀ ମୋତେ ଡ଼୍ୟାନ୍ସ ଆସୁଛି କହି ଶୌଚାଳୟ ଭିତରକୁ ଚାଲି ଯାଇଥିଲେ। ଶୌଚାଳୟର ଦୃଶ୍ୟ ଦେଖାଇବା ସହ କିକି ଡ଼୍ୟନ୍ସ କରିବାର ଇଚ୍ଛା ଜାହିର କରିଥିଲେ । ରାକ୍ଷୀ ନିଜର ଇନ୍‌ଷ୍ଟା ଅକାଉଣ୍ଟରେ ଏହାର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର