ମୁମ୍ବାଇ: ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ କିଛି ଦିିନ ଅନ୍ତରରେ କେଉଁ ନା କେଉଁ କାରଣକୁ ନେଇ ବିବାଦରେ ରହିଥାନ୍ତିି। ଏବେ ସେ ତାଙ୍କ ପ୍ରେମିକ ଆଦିଲଙ୍କ ସହ ଥିବା ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନେ ହେବ ଏହି ଯୋଡ଼ିଙ୍କୁ ଏକାସାଥୀରେ ଦେଖିବାକୁ ମିଳୁଛି। ରାକ୍ଷୀ ତାଙ୍କ ନୂଆ ପ୍ରେମକୁ ନେଇ ବେଶ୍ ଖୁସି ଅଛନ୍ତି ମଧ୍ୟ। ମାତ୍ର ରାକ୍ଷୀଙ୍କର ଏହି ଖୁସି ପଛରେ ବି ଏକ ବିରାଡ଼ ଦୁଃଖ ଲୁଚି ରହିଛି। ଯାହାକୁ ନେଇ ସେ ନିକଟରେ ଖୁଲାସା କରିଛନ୍ତି।
ଏକ ସାକ୍ଷାତ୍କାରେ ରାକ୍ଷୀ କହିଛନ୍ତି ଯେ ଆଦିଲଙ୍କ ପରିବାର ଲୋକ ସେମାନଙ୍କ ସଂପର୍କକୁ ନେଇ ଆଦୌ ବି ଖୁସି ନାହାନ୍ତି। ଏପରିକି ତାଙ୍କ ବୃତ୍ତି ପାଇଁ ତାଙ୍କ ଚରିତ୍ର ଉପରେ ବି ଆଙ୍ଗୁଠି ଉଠାଉଥିବା କଥା ରାକ୍ଷୀ କହିଛନ୍ତି।
ନିକଟରେ ରାକ୍ଷୀଙ୍କର ଏକ ଇଣ୍ଟର୍ଭିୟୁର ପ୍ରୋମ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ରାକ୍ଷୀ ନିଜ ଦୁଃଖ କହି ଭାବପ୍ରବଣ ହୋଇ କାନ୍ଦି ପକାଉଛନ୍ତି। କେଉଁ କାରଣରୁ ସେ ଆଦିଲ୍ଙ୍କୁ ବିବାହ କରିପାରିନାହାନ୍ତି ସେ ସଂପର୍କରେ କହୁଥିବାର ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି।
ସାକ୍ଷାତ୍କାରେ ଉଭୟ ଆଦିଲ୍ ଓ ରାକ୍ଷୀଙ୍କୁ ଦେଖିବାକୁ ମିଳିଛି। ଆଦିଲ୍ଙ୍କୁ ପଚରା ଯାଉଛି କି ଆପଣ କେବେ ନିିଜ ବାପାମାଆଙ୍କୁ କହିବେ କି ରାକ୍ଷୀ ମୋର ହେବାକୁ ଥିବା ପତ୍ନୀ? ଏହି ପ୍ରଶ୍ନରେ ରାକ୍ଷୀ ଆଗୁଆ ଉତ୍ତର ଦେଇ କହୁଛନ୍ତି, ‘ବଲିଉଡ୍ରେ କେତେ ମୁସ୍ଲମାନ ଝିଅ ଅଛନ୍ତି। କ’ଣ କାହାର ବିବାହ ହୋଇପାରୁନି? ମୁଁ ଏକ ଭିନ୍ନ ବ୍ୟାକ୍ଗ୍ରାଉଣ୍ଡ୍ରୁ ଆସିବା କ’ଣ ମୋର ଭୁଲ୍? ଆଗୁରୁ କ’ଣ କେଉଁ ମୁସ୍ଲମାନ ଝିଅ ଆଇଟମ୍ ଗୀତରେ ନାଚିନାହାନ୍ତି? ଆଦିଲଙ୍କ ବାପାମାଆଙ୍କୁ ଲୋକେ କହୁଛନ୍ତି କି ରାକ୍ଷୀକୁ ବୋହୂ କଲେ ତମ ଝିଅକୁ କିଏ ବାହା ହେବ?’