ନୂଆଦିଲ୍ଲୀ: ବଲିଉଡର ବିବାଦୀୟ ରାଣୀ ରାଖି ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀ ଦ୍ବିତୀୟ ବିବାହ କରି ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି। ଗତ କିଛି ମାସ ପୂର୍ବେ ରାଖିଙ୍କ ସହ ବିବାଦ ହେବା ପରେ ଜେଲକୁ ଯାଇଥିଲେ ଆଦିଲ। ଜେଲରୁ ବାହାରିବା ପରେ ସେ ସୋମି ଖାନଙ୍କୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାରେ ଥିଲେ। ଏବେ ବୈବାହିକ ଦୁଷ୍କର୍ମକୁ ନେଇ ଦେଇଥିବା ନିଜ ବିବୃତି ପାଇଁ ପୁଣି ବିବାଦ‌ରେ ଛନ୍ଦି ହୋଇଛନ୍ତି ଆଦିଲ। 

Advertisment

ରାଖିଙ୍କ ସହ ବିବାହ ହେବା ପରେ ଅଭିନେତ୍ରୀ ତାଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ। ଟାଇମ୍ସ ନାଓକୁ ସାକ୍ଷାତକାର ଦେବା ବେଳେ ଏ ବିଷୟରେ ପ୍ରଶ୍ନ କରାଯିବାରୁ ଆଦିଲ କହିଥିଲେ ଯେ, 'ମୁଁ ଯାହା ଜାଣିଛି, ବୈବାହିକ ଦୁଷ୍କର୍ମ ଭଳି କିଛି ଜିନିଷ ନାହିଁ। ମୁଁ ବହୁତ ଲୋକଙ୍କୁ ଜାଣେ ଏବଂ ଅନ୍ୟ ଦେଶରେ ମୋର ଅନେକ ବନ୍ଧୁ ଅଛନ୍ତି । ମୁଁ କେବେ ବି ବୈବାହିକ ଦୁଷ୍କର୍ମ ବିଷୟରେ ଶୁଣି ନାହିଁ | ଦୁଷ୍କର୍ମ  ତୁଳନାରେ ବୈବାହିକ ଦୁଷ୍କର୍ମ  ମାମଲା ବହୁତ କମ୍ ଅଟେ।'

ସେ ଆହୁରି କହିଥିଲେ ଯେ, ଯଦି ବିବାହ ପରେ ସ୍ବାମୀ-ସ୍ତ୍ରୀ ମଧ୍ୟରୁ କେହି ଜଣେ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କରୁନାହିଁ ଏବଂ ସେଥିପାଇଁ ଅନ୍ୟଜଣକୁ ଜବରଦସ୍ତି କରିବାକୁ ପଡ଼ୁଛି, ତେବେ ଦୁହିଁଙ୍କ ମଧ୍ୟରେ ଭଲପାଇବା ନାହିଁ ବୋଲି ଜାଣିଯିବା ଉଚିତ୍। ଏଭଳି କ୍ଷେତ୍ରରେ ଦମ୍ପତିଙ୍କୁ ଅଲଗା ହୋଇଯିବା ଜରୁରୀ। ତେବେ ଆଦିଲଙ୍କ ଏହି ବୟାନକୁ ଲୋକେ ବିରୋଧ କରୁଥିବା ଦେଖାଯାଇଛି।