ମୁମ୍ବାଇ: ପୁଲିସ ଷ୍ଟେସନ ବାହାରେ ଚେତା ହରାଇଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ରାକ୍ଷୀ ସାୱନ୍ତ ଓଶିୱାରା ପୁଲିସ ଷ୍ଟେସନ ବାହାରେ ଅଚେତ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାକ୍ଷୀ ଫଟୋଗ୍ରାଫରଙ୍କୁ ପ୍ରତିକ୍ରିୟା ଦେଉଥିବା ବେଳେ ତଳେ ପଡ଼ିଯାଉଥିବା ଦେଖାଯାଇଛି।
View this post on Instagram
ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ରାକ୍ଷୀ ମଙ୍ଗଳବାର କହିଥିଲେ ଯେ, “ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ଏହା କୌଣସି ଡ୍ରାମା ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ସେ ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି।
ଏହା ସହ ତାଙ୍କ ଭାଇ ରାକେଶ ସାୱନ୍ତ କହିଥିଲେ ଯେ, ରାକ୍ଷୀ ନିଜ ବିବାହକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଦିଲ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ଆଦିଲ, ରାକ୍ଷୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ମଙ୍ଗଳବର ବି ସେ ଗିରଫ ହେବା ପୂର୍ବରୁ ରାକ୍ଷୀଙ୍କ ଉପରେ ଏକ ଗ୍ଲାସ ଫିଙ୍ଗିଥିଲେ। ରାକ୍ଷୀଙ୍କୁ ହତ୍ୟା କରି ସେ ତାଙ୍କ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲେ।