ଟଙ୍କା ପାଇଁ ରାକ୍ଷୀଙ୍କ ନଗ୍ନ ଭିଡିଓ ରେକର୍ଡ କରି ବିକିଛନ୍ତି ଆଦିଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଓ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ରାକ୍ଷୀ, ଆଦିଲଙ୍କ ବିରୋଧରେ ଆଉ ଏକ ବଡ଼ ଆରୋପ ଲଗାଇଛନ୍ତି। ଆଦିଲ ଟଙ୍କା ପାଇଁ ନଗ୍ନ ଭିଡିଓ ରେକର୍ଡ କରି ବିକିଥିବା କହିଛନ୍ତି ରାକ୍ଷୀ।

ରାକ୍ଷୀଙ୍କ ମୁତାବକ, “ଆଦିଲ ମୋର ନଗ୍ନ ଭିଡିଓ ନେଇ ଲୋକଙ୍କୁ ବିକ୍ରି କରିଛନ୍ତି। ଏହି ଘଟଣା ପାଇଁ ସାଇବର ଅପରାଧ ବିଭାଗରେ ମୁଁ ଅଭି‌ଯୋଗ କରିଛି। ସେ ବର୍ତ୍ତମାନ ତୃତୀୟ ଥର ପାଇଁ ତନୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ରାକ୍ଷୀ ଇ-ଟାଇମ୍ସକୁ କହିଛନ୍ତି।

ଏହା ପୂର୍ବରୁ ରାକ୍ଷୀ କହିଥିଲେ ଯେ “ମୁଁ ଏବେ ବି ତାଙ୍କୁ ଭଲ ପାଏ ଏବଂ ତାଙ୍କୁ ସବୁବେଳେ ଭଲ ପାଇବି। କିନ୍ତୁ ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି, ମୋତେ ପ୍ରତାରଣା ଦେଇଛନ୍ତି। ମୋତେ ହିରୋ କର ବୋଲି କହି ସେ ମୋତେ ସବୁବେଳେ ମାଡ ମାରୁଥିଲେ। ଗଣମାଧ୍ୟମ ଆଗରେ ସେ ଜଣେ ବଡ ବ୍ୟବସାୟୀ ଏବଂ ସେ ମୋତେ ରହିବାକୁ ଏକ ଘର ଦେଇଛନ୍ତି ବୋଲି କହିବାକୁ ବାଧ୍ୟ କରିଥିଲେ। ଏଭଳି ନକେଲ ମୋତେ ବିବାହ କରିବେ ନାହିଁ ବୋଲି କହିଥିଲେ। ଏହା ସହ ସେ ଅନ୍ୟ ମହିଳାମାନଙ୍କ ସହିତ ଶୋଇବେ ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ମୋତେ ପଠାଇବେ ବୋଲି କହିଥିଲେ। ତାଙ୍କ କଥା ନମାନିଲେ ୫୦,୦୦୦ଟଙ୍କା ଦେଇ ମୋ ଉପ‌ରେ ଟ୍ରକ ଚଢ଼ାଇ ଦେବେ ବୋଲି ଧମକ ଦେଉଥିଲେ। ମୁଁ ପାଇଥିବା ସବୁଠୁ ବଡ ଆଶ୍ଚର୍ଯ୍ୟ କଲା ଭଳି ଖବର ହେଉଛି ଆଦିଲ ପୂର୍ବରୁ ବିବାହିତ ଥିଲେ। ସେ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀ ମୋତେ ଫୋନ କରି କହିଛନ୍ତି ଯେ, ‘ମୁଁ ଜଣେ ହିନ୍ଦୁ ଥିଲି। କିନ୍ତୁ ସେ ମୋତେ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ।”

ସମ୍ବନ୍ଧିତ ଖବର