ନୂଆଦିଲ୍ଲୀ: ସବୁବେଳେ ଲୋକଙ୍କ ମୁହଁରେ ହସ ଫୁଟାଉ ଥିବା ରାକ୍ଷୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାରଣ ରାକ୍ଷୀଙ୍କ ମା’ ଜୟା ସାୱନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଅନେକ ଦିନ ହେବ ରାକ୍ଷୀଙ୍କ ମା’ କର୍କଟ ସମେତ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ। ତେଣୁ ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଜୀବନ ଓ ମୃତ୍ୟୁ ସହ ଅନେକ ଦିନ ଧରି ସଂଘର୍ଷ କରିବା ପରେ ଶେଷରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି ରାକ୍ଷୀଙ୍କ ମା’ ଜୟା।
View this post on Instagram
ଏହି କ୍ରମରେ ରାକ୍ଷୀ ସାୱନ୍ତ ହସ୍ପିଟାଲରୁ ନିଜ ମା’ଙ୍କ ଶେଷ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀଙ୍କ ମା’ ହସ୍ପିଟାଲ ବିଛଣାରେ ଶୋଇଥିବା ବେଳେ ବହୁ କଷ୍ଟରେ ନିଶ୍ବାସ ନେଉଥିବା ଦେଖିବାକୁ ମିଳୁଛି। ରାକ୍ଷୀ ତାଙ୍କ ମା’ଙ୍କ ପାଖରେ ବସି ଭୋଭୋ ହୋଇ କାନ୍ଦୁଛନ୍ତି। କାନ୍ଦୁଥିବା ଅବସ୍ଥାରେ ରାକ୍ଷୀ ଭଗବାନଙ୍କ ନିକଟରେ ମା’ଙ୍କ ଆରୋଗ୍ୟ କାମନା କରୁଛନ୍ତି। କିନ୍ତୁ ଯାହା ଘଟିବାର ଥିବ ତାହା ହିଁ ଘଟିବ। ଶେଷରେ ରାକ୍ଷୀଙ୍କୁ ସବୁଦିନ ପାଇଁ ଏକା କରି ତାଙ୍କ ମା’ ଆରପାରିକୁ ଚାଲି ଯାଇଛନ୍ତି।
View this post on Instagram
ରାକ୍ଷୀ ମା’ଙ୍କ ମୃତ୍ୟୁ ପରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଆଜି ମୋର ମା’ଙ୍କ ହାତ ମୋ ମୁଣ୍ଡ ଉପରୁ ଉଠି ଯାଇଛି। ମୁଁ ତୁମକୁ ଭଲ ପାଏ ମା’। ମୋ ପାଖରେ ହରାଇବାକୁ ଆଉ କିଛି ରହିଲା ନାହିଁ। ଆପଣଙ୍କ ବିନା ମୋ ଜୀବନରେ ଆଉ କିଛି ରହିଲା ନାହିଁ। ଏବେ ମୋ ଡାକ କିଏ ଶୁଣିବ, ମୋତେ କିଏ ଡାକିବ। ମୁଁ ଏବେ କ’ଣ କରିବି, କୁଆଡେ ଯିବି।’