ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଗତ ଶନିବାର ଏକ ଇ-ମେଲ୍ ଜରିଆରେ ହତ୍ୟା ଧମକ ମିଳିଥିଲା। ଧମକ ଦେଇଥିବା ଲରେନ୍ସ ବିଷ୍ଣୋଇ ସଲମାନ କ୍ଷମା ନମାଗିଲେ ତାକୁ ହତ୍ୟା କରାଯିବ ବୋଲି ଜେଲରୁ ଦେଇଥିବା ସାକ୍ଷାତକାରରେ କହିଥିଲା।
ଏହି ଧମକକୁ ନେଇ ଏବେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ମୁଁ ସଲମାନ ଭାଇଙ୍କ ପକ୍ଷରୁ ବିଷ୍ଣୋଇ ସମାଜକୁ କ୍ଷମା ମାଗୁଛି। ମୋ ଭାଇ ସଲମାନଙ୍କ ଉପରେ ଖରାପ ନଜର ପକାଅ ନାହିଁ। ମୁଁ କହୁଛି ସଲମାନ ଜଣେ ଭଲ ମଣିଷ। ଗରିବଙ୍କ ପାଇଁ ଭଗବାନ। ସେ ଜଣେ ମହାପୁରୁଷ। ସଲମାନ ଭାଇଙ୍କ ପାଇଁ ପ୍ରାର୍ଥନା କର। ମୁଁ ଚାହୁଁଛି ସଲମାନ ଭାଇଙ୍କ ଶତ୍ରୁର ଆଖି ଫୁଟିଯାଉ, ସ୍ମରଣଶକ୍ତି ଚାଲିଯାଉ।
ତେବେ ଲରେନ୍ସ ବିଷ୍ଣୋଇ ଜେଲରୁ ସାକ୍ଷାତକାର ଦେଇ କହିଥିଲା ଯେ, ସଲମାନ କ୍ଷମା ନମାଗିଲେ ତାକୁ ହତ୍ୟା କରାଯିବ। କିଛି ଦିନ ତଳେ ଜେଲରୁ ସାକ୍ଷାତକାର ଦେଇ ଲରେନ୍ସ କହିଥିଲା, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”