ତନୁଶ୍ରୀ-ନାନା ବିବାଦକୁ ନେଇ ରାକ୍ଷୀଙ୍କ ଚାଞ୍ଚଲ୍ୟକର ବୟାନ, ଅସଦାଚରଣ ପାଇଁ ନୁହେଁ; ଏହି କାମ ପାଇଁ ସେ ଭିତରୁ ବାହାରି ନ ପାରିବାରୁ ନିର୍ଦ୍ଦେଶକ ମୋତେ ଡକାଇ ଗୀତ ସୁଟ୍‌ କରିଥିଲେ 

ମୁମ୍ବାଇ: କିଛି ଦିନ ହେବ ବଲିଉଡ୍‌ରେ ତନୁଶ୍ରୀ-ନାନା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରତିଦିନ ଏହି ମାମଲାକୁ ନେଇ ଅନେକ ବଲିଉଡ୍‌ କଳାକାର ରଖୁଥିବା ନିଜ ପ୍ରତିକ୍ରିୟା ପାଇଁ ପ୍ରତିଦିନ ଏହା ଏକ ନୂଆ ମୋଡ଼ ନେବାରେ ଲାଗିଛି । ଏହି ଘଟଣାରେ ଘଟିଥିବା ସମୟରେ ଉପସ୍ଥିତ ଥିବା ଲୋକମାନଙ୍କ ପ୍ରତିକ୍ରିୟା ଭିନ୍ନ ଭିନ୍ନ ରହିଥିବା ବେଳେ ପ୍ରକୃତ ଘଟଣା କ’ଣ ଘଟିଥିଲା ତାହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ବିବାଦର ଏତେ ଦିନ ପରେ ଏହି ଘଟଣାକୁ ଅତି ନିକଟରୁ ଦେଖିଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ନିଜ ମତ ରଖିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ତନୁଶ୍ରୀ-ନାନା ବିବାଦ ପରେ ରାକ୍ଷୀଙ୍କୁ ତାଙ୍କ ମତ ମଗା ଯାଇଥିବା ବେଳେ ପ୍ରଥମେ ସେ ନିଜର ପ୍ରତିକ୍ରିୟା ରଖିବା ପାଇଁ ମନା କରି ଦେଇଥିଲେ । କିନ୍ତୁ ଗତ କାଲି ସେ ଏକ ସାକ୍ଷାତକାର ଦେଇ ହର୍ଣ୍ଣ ଓକେ ପ୍ଲିଜ୍‌ର ସୁଟିଂ ସେଟ୍‌ରେ କ’ଣ ଘଟିଥିଲା ତାହା ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ, ତନୁଶ୍ରୀ ଯାହାବି ଅଭିନେତା ନାନା ପାଟେକରଙ୍କ ଉପରେ ଆରୋପ ଲଗାଇଛନ୍ତି ତାହା ସଂପୂର୍ଣ୍ଣ ମିଛ । କାରଣ ଯେତେବେଳେ ତନୁଶ୍ରୀ ନିଜ ଭ୍ୟାନିଟି ଭ୍ୟାନ୍‌ରୁ ନ ବାହାରି ୩ଘଣ୍ଟାରୁ ଅଧିକ ସମୟ ଭିତରେ ରହିଥିଲେ ନିର୍ଦ୍ଦେଶକ ମୋତେ ଫୋନ କରି ଗୀତ ସୁଟ୍‌ ପାଇଁ ଡ଼କାଇଥିଲେ ।

IBTimes India

ମୁଁ ସେଟ୍‌ରେ ପହଞ୍ଚିବା ପରେ ସବୁ ଘଟଣା ବିଷୟରେ ଜାଣିଥିଲି । ତନୁଶ୍ରୀଙ୍କୁ ସମସ୍ତେ ଡାକୁଥିବା ବେଳେ ସେ କବାଟ ନ ଖୋଲି ଭିତରେ ରହିଥିଲେ । ପରେ ସେ ଡ୍ରଗ୍ସ ନେଇ ଭିତରେ ପଡ଼ି ରହିଥିବା ଜଣା ପଡ଼ିଥିଲା । କିନ୍ତୁ ଏ କଥା କିଏ ଜାଣିଲେ ତାଙ୍କ ଭାବମୂର୍ତ୍ତି ଖରାପ ହେବ ବୋଲି ଭାବି ସେ ନାନାଙ୍କ ଭଳି ଅଭିନେତାଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ ।

ସମ୍ବନ୍ଧିତ ଖବର