ନିଜ ଦେହରେ ପାକିସ୍ତାନୀ ଜାତୀୟ ପତାକା ପକାଇ ଫଟୋ ସେୟାର କଲେ ରାକ୍ଷୀ, ପରେ ସାମ୍ନାକୁ ଆସିଲା ଅସଲ ଘଟଣା

ମୁମ୍ବାଇ : ସବୁବେଳେ ନିଜର ବୟାନକୁ ନେଇ ବିବାଦରେ ରହୁଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଏବେ ପୁଣି ଥରେ ବିବାଦକୁ ଆସିଛନ୍ତି । ନିଜ ଦେହରେ ପାକିସ୍ତାନର ଜାତୀୟ ପତାକା ପକାଇ ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଫଟୋଟି ସମସ୍ତଙ୍କୁ ରଗାଇ ଦେଇଥିବା ବେଳେ ପରେ ତାଙ୍କ ଫଟୋ କ୍ୟାପ୍‌ସନରୁ ଅସଲ କଥାଟି ଜଣାପଡ଼ିଛି ।

 

View this post on Instagram

 

I love my india ?? but its my character in the film ? dhara 370

A post shared by Rakhi Sawant (@rakhisawant2511) on

ଫଟୋ ସେୟାର କରି, “ମୁଁ ମୋ ଭାରତକୁ ଭଲପାଏ, କିନ୍ତୁ ଏହା ମୋର ଆଗାମୀ ଫିଲ୍ମ ଧାରା ୩୭୦ର ଚରିତ୍ର” ବୋଲି ଲେଖିଥିଲେ ରାକ୍ଷୀ । ଯାହା ପରେ ସେ ଫିଲ୍ମ ପାଇଁ ଏଭଳି କରିଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଲୋକେ ତାଙ୍କୁ ଟ୍ରୋଲ କରିବାକୁ ଭୁଲି ନଥିଲେ । କିଛି ଲୋକ ତୁମେ ପାକିସ୍ତାନର ନାଗରିକ ହେବାକୁ ଯୋଗ୍ୟ ବୋଲି କହିଥିବା ବେଳେ କିଛି ଫିଲ୍ମ ପାଇଁ କିଛି ବି କରିଦେବ ବୋଲି ପ୍ରଶ୍ନ କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର