ମଥାରେ ସିନ୍ଦୁର ପିନ୍ଧି ପ୍ରୟାଜରାଜ୍‌ରେ ପହଞ୍ଚିଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ, କାହା ନାଁରେ ସିନ୍ଦୁର ପିନ୍ଧିଛ ବୋଲି ପ୍ରଶ୍ନ କରାଯିବା ପରେ ମିଳିଲା ଏଭଳି ଉତ୍ତର…

ପ୍ରୟାଗ୍‌ରାଜ୍‌: ଡ୍ରାମା କୁଇନ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ପ୍ରତି ଥର କିଛି ନା କିଛି କାମ ପାଇଁ ବିବାଦରେ ରହିଥାନ୍ତି । ଦେଶରେ ଉଠୁଥିବା ପ୍ରତିଟି ସମସ୍ୟା ବିଷୟରେ ସେ ନିଜର ବିବଦୀୟ ବୟାନ ରଖିବା ସହ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । କିଛି ଦିନ ତଳେ ୟୁଟ୍ୟୁବର ଦୀପକ କଲାଲଙ୍କୁ ଡିସେମ୍ବର ୩୧,୨୦୧୮ରେ ବିବାହ କରିବାକୁ ନେଇ ଖବର ଦେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ରାକ୍ଷୀ ମଥାରେ ସିନ୍ଦୁର ପିନ୍ଧି ପ୍ରୟାଗରାଜ୍‌ରେ ଚାଲୁଥିବା କୁମ୍ଭ ମେଳାରେ ପହଞ୍ଚିବା ପରେ ତାଙ୍କୁ ଦେଖି ଚର୍ଚ୍ଚା ଜୋର ଧରିବା ସହ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ରାକ୍ଷୀ ଲୁଚି ଲୁଚି କାହାକୁ ଏମିତି ବିବାହ କରିଦେଲେ, ସେ ନେଇ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶ୍ନ କରାଯାଇଛି ।

Hindustan

ସୂଚନା ମୁତାବକ, ରାକ୍ଷୀଙ୍କୁ ପାଇଲଟ୍‌ ବାବାଙ୍କ ତରଫରୁ ପ୍ରୟାଗରାଜ୍‌ର କୁମ୍ଭ ମେଳାକୁ ଆସିବା ପାଇଁ ନିମନ୍ତ୍ରଣ ମିଳିଥିଲା । ପରେ ସେ ପାଇଲଟ୍‌ ବାବାଙ୍କ ବିଷୟରେ ଭଲ ଭାବରେ ସବୁ ଜାଣିବା ପରେ ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ସେଠାରେ ପହଞ୍ଚିଥିଲେ । କିନ୍ତୁ ତାଙ୍କର ସଧବା ବେଶ ଦେଖି ଉପସ୍ଥିତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାର କାରଣ ପଚରାଯିବା ପରେ, ମୁଁ ବିବାହ କରି ନାହିଁ । କିନ୍ତୁ ତଥାପି ମୁଁ ସଧବା ବେଶରେ କୁମ୍ଭ ମେଳାକୁ ମୋର ପାପ ଧୋଇବା ପାଇଁ ଆସିଛି ବୋଲି କହିଥିଲେ ରାକ୍ଷୀ ।

ସମ୍ବନ୍ଧିତ ଖବର