ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ ଆଜି ଏକ ଟାଟୁ ଷ୍ଟୁଡିଓରୁ ନିଜର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ରାଖୀ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି, ସେ ରିତେଶଙ୍କ ଟାଟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ତା’ପରେ ସମସ୍ତଙ୍କୁ ଟାଟୁ କଳାକାରଙ୍କ ସହ ପରିଚିତ କରାଇଛନ୍ତି। ରାଖୀ କହିଛନ୍ତି, ‘ଆଜ୍ ମେଁ ଅପ୍ନା ୟେ ରିତେଶ ଟାଟୁ ନିକାଲ୍ନେ ୱାଲି ହୁଁ (ଶେଷରେ ମୁଁ ରିତେଶ ଟାଟୁ ହଟାଇବାକୁ ଆସିଛି)। ନିଜ ଶରୀରରୁ ଟାଟୁ ହଟାଉଥିବାବେଳେ ଯନ୍ତ୍ରଣାରେ ରାକ୍ଷୀ ଚିତ୍କାର କରି କହିଥିଲେ, ରିତେଶ! ତୁମେ ବର୍ତ୍ତମାନ ମୋ ଜୀବନ ଏବଂ ଶରୀରରୁ ସବୁଦିନ ପାଇଁ ଦୂରେଇ ଯାଇଛ। ପ୍ରେମରେ ପାଗଳ ଥିବାବେଳେ କେହି ସେମାନଙ୍କ ଦେହରେ କୌଣସି ଜିନିଷ ଲେଖିବା ଉଚିତ୍ ନୁହେଁ। ଏହାକୁ ହଟାଇବା ଅତ୍ୟନ୍ତ କଷ୍ଟକର ବୋଲି ରାକ୍ଷୀ ପ୍ରଶଂସକମାନଙ୍କୁ କହିଛନ୍ତି। କିଛି ପ୍ରଶଂସକ ରାକ୍ଷୀଙ୍କ ଏଭଳି ନିଷ୍ପତ୍ତି ଏବଂ ମନ୍ତବ୍ୟକୁ ନେଇ ଉତ୍ତର ରଖିଛନ୍ତି।
ରାଖୀ ବିଗ୍ ବସ୍ ସିଜିନ୍ ୧୫ରେ ରିତେଶଙ୍କୁ ତାଙ୍କ ସ୍ୱାମୀ ଭାବରେ ପରିଚିତ କରାଇଥିଲେ। ଗତ ଫେବ୍ରୁଆରି ୧୫ରେ ରାଖୀ ରିତେଶଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ। ରିତେଶ ଏବେ ତାଙ୍କ ପ୍ରଥମ ପତ୍ନୀ ସହ ରହୁଛନ୍ତି।
ରିତେଶଙ୍କ ଟାଟୁ ହଟାଇଲେ ରାଖୀ ସାୱନ୍ତ
/sambad/media/post_attachments/wp-content/uploads/2022/04/d5d4g65da4g65dgdgdddddddddddggdd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)