ପଡୋଶୀ ହେଲେ ରାକ୍ଷୀଙ୍କ ସଉତୁଣୀ, ଏହି ଅଭିନେତ୍ରୀଙ୍କ ପ୍ରେମରେ ଆଦିଲ

ମୁମ୍ବାଇ: ପଡୋଶୀ ହେଲେ ରାକ୍ଷୀ ସାୱନ୍ତଙ୍କ ସଉତୁଣୀ। ଅଭିନେତ୍ରୀଙ୍କ ପ୍ରେମରେ ପଡ଼ି ଆଦିଲ ଦୁରାନୀ ବଲିଉଡର ଡ୍ରାମା କୁଇନ ରାକ୍ଷୀଙ୍କୁ ଧୋକା ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଆଦିଲ ଅନ୍ୟ ଯୁବତୀ ପାଇଁ ରାକ୍ଷୀଙ୍କୁ ଧୋକା ଦେଇଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ଯୁବତୀଜଣକ ରାକ୍ଷୀଙ୍କ ପଡୋଶୀ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ବୟାନ ଦେଇ ରାକ୍ଷୀ କହିଛନ୍ତି, ମୋ ଘର ଭାଙ୍ଗିଛନ୍ତି ନିବେଦିତା ଚନ୍ଦେଲ (ତନୁ)। ସେ ମୋ ସ୍ୱାମୀଙ୍କୁ ମୋଠାରୁ ଛଡ଼ାଇ ନେଇଛନ୍ତି। ନିବେଦିତା ମୋ ବିଲ୍ଡିଂର ସି ୱିଙ୍ଗରେ ରୁହନ୍ତି। ସେ ମୁଁ ଯାଉଥିବା ଜିମକୁ ମଧ୍ୟ ଯାଉଥିଲେ। ମୋର ମେକ୍ଅପ ଡ୍ରେସର ମୋତେ କହିଥିଲେ ଯେ ନିବେଦିତା ତିନି ବର୍ଷ ପୂର୍ବେ ବିବାହ କରିଥିଲେ। ଯେତେବେଳେ ମୁଁ ମରାଠୀ ବିଗ୍ ବସ୍ ସୋ’ରୁ ବାହାରକୁ ଆସିଲି, ସେତେବେଳେ ମୁଁ ଆଦିଲଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିଲି। ଦୁହେଁ ଆଦିଲଙ୍କ ଜନ୍ମଦିନରେ ହୋଟେଲ ବୁକ କରି ସମୟ ବିତାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଚାଟିଂ ମୁଁ ଆଦିଲଙ୍କ ଫୋନରେ ଦେଖିଲି। ସେ ସମୟରେ ମୋ ମା’ଙ୍କ ଦେହ ଭଲ ନଥିବାରୁ ମୁଁ ଚୁପ ରହିଥିଲି।

ତେବେ ନିବେଦିତାଙ୍କ ଇନଷ୍ଟା ଆକାଉଣ୍ଟ ଦେଖିଲେ ସେ ଜଣେ ଅଭିନେତ୍ରୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର