ନୂଆଦିଲ୍ଲୀ: ନିକଟରେ ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କ ଦେହାନ୍ତ ହୋଇଛି। ଏହା ମଧ୍ୟରେ ନିଜ ସ୍ବାମୀ ଆଦିଲଙ୍କୁ ନେଇ ସେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଗଣମାଧ୍ୟମରେ ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ସ୍ବାମୀ ଓ ତାଙ୍କ ମଧ୍ୟରେ ଅନ୍ୟ କେହି ପଶି ଆସିଛନ୍ତି ଓ ତାଙ୍କ ବିବାହ ବିପଦରେ ଅଛି।
ସେ ମୁହୂର୍ତ୍ତରେ ରାକ୍ଷୀ ଦେଖିଥିବା ବୟାନର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ରାକ୍ଷୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫାଲ୍ତୁ ପ୍ରଶ୍ନ ପଚାରନ୍ତୁନି ବୋଲି କହି ବିରକ୍ତ ହେଉଛନ୍ତି।
ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ରାକ୍ଷୀ ତାଙ୍କ ଜିମ୍ ବାହାରେ ଅଛନ୍ତି। ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ରାକ୍ଷୀଙ୍କୁ ଘେରି ଯାଉଥିବା ବେଳେ ରାକ୍ଷୀ ସେଠାରେ ସ୍ବାମୀ ଆଦିଲଙ୍କ ପରକୀୟା ପ୍ରୀତି ସଂପର୍କରେ କଥା ହେଉଥିବାର ନଜର ଆସିଛନ୍ତି।
ଭିଡିଓରେ ରାକ୍ଷୀ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି, ‘ମୋ ଯନ୍ତ୍ରଣା ମୁଁ ଜାଣିଛି। ନିଜ ଝିଅ, ବୋହୂଙ୍କ ସହ ଏପରି ନହେବା ପର୍ଯ୍ୟନ୍ତ ତୁମେ ମୋ ଦୁଃଖ ଜାଣି ପାରିବନି। ମୋ ସହ କୌଣସି ଫାଲ୍ତୁ କଥାବାର୍ତ୍ତା କର ନାହିଁ। ମୋ ସହ ଖରାପ ହେବା ପରେ ମୁଁ ତୁମମାନଙ୍କ ସାମ୍ନାକୁ ଆସିଲି।’
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ରାକ୍ଷୀ ଖୁବ ଜୋରରେ କାନ୍ଦୁଥିବାର ନଜର ଆସିଥିଲେ। ଏହି ଭିଡିଓରେ ରାକ୍ଷୀ ଜୋରରେ କାନ୍ଦୁଥିବା ବେଳେ ତାଙ୍କ ବିବାହ ବିପଦରେ ଥିବା କହିଥିଲେ। ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ କହିଛନ୍ତି, ମୁଁ ଏକ ଖୁସି ଖବର ଦେବାକୁ ଚାହୁଁଛି। ଦେଶର ଲୋକଙ୍କୁ କହିବାକୁ ଚାହୁଁଛି ଯେ, ମୋ ଆଦିଲ ଏବେ ମୋ ପାଖକୁ ଫେରି ଆସିଛନ୍ତି। ଆମ ଭିତରେ ଏବେ ସବୁ ଠିକ ଅଛି। ଆଦିଲ ମୋ ସ୍ବାମୀ। ଆମ ଦୁହିଁଙ୍କ ସମ୍ପର୍କରେ କୌଣସି ତୃତୀୟ ଲୋକ ଆସିପାରିବେ ନାହିଁ।