ମୁମ୍ବାଇ: ଏବେ ମୋ ସହ ଆଉ କିଛି ଖରାପ ହେବନି। ସ୍ବାମୀଙ୍କୁ ପାଇବା ପରେ ଏଭଳି କହିଲେ ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ। କିଛି ଦିନ ତଳେ ରାକ୍ଷୀ ଖୁବ ଜୋରରେ କାନ୍ଦୁଥିବାର ନଜର ଆସିଥିଲେ। ଏହି ଭିଡିଓରେ ରାକ୍ଷୀ ଜୋରରେ କାନ୍ଦୁଥିବା ବେଳେ ତାଙ୍କ ବିବାହ ବିପଦରେ ଥିବା କହିଥିଲେ।

Advertisment

ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ କହିଛନ୍ତି, ମୁଁ ଏକ ଖୁସି ଖବର ଦେବାକୁ ଚାହୁଁଛି। ଦେଶର ଲୋକଙ୍କୁ କହିବାକୁ ଚାହୁଁଛି ଯେ, ମୋ ଆଦିଲ ଏବେ ମୋ ପାଖକୁ ଫେରି ଆସିଛନ୍ତି। ଆମ ଭିତରେ ଏବେ ସବୁ ଠିକ ଅଛି। ଆଦିଲ ମୋ ସ୍ବାମୀ। ଆମ ଦୁହିଁଙ୍କ ସମ୍ପର୍କରେ କୌଣସି ତୃତୀୟ ଲୋକ ଆସିପାରିବେ ନାହିଁ।

ଏହା ପୂର୍ବରୁ ସେ କହିଥିଲେ, ‘ମୋର ବିବାହ ବିପଦରେ ଅଛି। ମୁଁ ମୋର ବିବାହକୁ ବଞ୍ଚାଇବାକୁ ଚାହୁଁଛି। ବିବାହ ଏକ ସାମାନ୍ୟ କଥା ନୁହେଁ। ମୋ ଜୀବନରେ ଏଭଳି ଅଶାନ୍ତି ଆଣି କାହାକୁ କ’ଣ ମିଳୁଛି? ମୋ ବୈବାହିକ ଜୀବନରେ କେହି କାହିଁକି ଆସୁଛନ୍ତି? ଭଗବାନ ମୋତେ କାହିଁକି ମାରିଦେଉନାହାନ୍ତି?