ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ବିଶେଷ କରି ନିଜ ଜୀବନସାଥୀଙ୍କୁ ନେଇ। ପୂର୍ବରୁ ତାଙ୍କର ୨ଟି ବିବାହ ବିଫଳ ହୋଇଥିବା ବେ‌ଳେ ଏବେ ରାକ୍ଷୀ ଏକାକୀ ଜୀବନ କାଟୁଛନ୍ତି। ମା’ଙ୍କ ଦେହାନ୍ତ ପରେ ରାକ୍ଷୀ ଏବେ ନିଜ କାମ ଉପରେ ଅଧିକ ଧ୍ୟାନ ଦେଉଥିବା ଦେଖାଯାଇଛି। ହେଲେ ଏମଧ୍ୟରେ ତାଙ୍କ ସହ ଆଉ ଏକ ଘଟଣା ଘଟିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ଦିନ ଅଭିନେତ୍ରୀଙ୍କ ଟଙ୍କ‌ା ଓ ଫୋନ ନେଇ ତାଙ୍କ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାକ୍ଷୀ ଏଭଳି ଅଭିଯୋଗ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ରାକ୍ଷୀ କହୁଛନ୍ତି, ଡ୍ରାଇଭର ମୋ ଗାଡ଼ିର ଚାବି, ଟଙ୍କା ଓ ମୋ ଫୋନ ନେଇ ଫେରାର ହୋଇଯାଇଛି। ଗରିବ ବୋଲି ଭାବି ମୁଁ ତାଙ୍କୁ କାମରେ ରଖିଥିଲି। ହେଲେ ଏବେ ‌ସେ ଚୋରି କରି ଫେରାର ହୋଇଯାଇଛି। ଏବେ ମୁଁ ଓସିୱାରା ପୁଲିସ ଷ୍ଟେସନ ଯାଇ ଡ୍ରାଇଭର ପପୁ ଯାଦବଙ୍କ ବିରୋଧରେ ଅଭିଯୋଗ କରିବି।

ଏହା ପୂର୍ବରୁ ରାକ୍ଷୀ ଦବଙ୍ଗ ଖାନ୍ ସଲମାନଙ୍କ ପାଇଁ କରିଥିବା କାମକୁ ନେଇ ଚର୍ଚ୍ଚାରେ ଥିଲେ।  ଦୁବାଇରୁ ମୁମ୍ବାଇ ଖାଲି ପାଦରେ ଆସିଛନ୍ତି। ଯେବେ ପର୍ଯ୍ୟନ୍ତ ସଲ୍‌ମାନ ଖାନ୍‌ ବିବାହ କରିନାହାନ୍ତି ସେବେ ପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ ବୋଲି କହିଥିଲେ ରାକ୍ଷୀ। ତାଙ୍କର ଏଭଳି କହୁଥିବାର ଭିଡିଓ ଖୁବ ଭାଇରାଲ ହୋଇଥିଲା।