‌କାଳ ହେଲା କି ପ୍ରେମ ସମ୍ପର୍କ? ପିଏ ସୁଧୀର ସାଙ୍ଗୱାନଙ୍କୁ ସୋନାଲୀ ଭଲପାଉଥିବା କହିଲେ ରାକ୍ଷୀ

ମୁମ୍ବାଇ: ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗାଟଙ୍କ ମୃତ୍ୟୁର ରହସ୍ୟ ଉପରୁ ଏବେ ଧୀରେ ଧୀରେ ପରଦା ଉଠିବ‌ାରେ ଲାଗିଛି। ସୋନାଲୀଙ୍କ ମୃତ୍ୟୁ ପଛରେ ତାଙ୍କ ପିଏ(ବ୍ୟକ୍ତିଗତ ସହାୟକ) ସୁଧୀର ସାଙ୍ଗୱାନଙ୍କ ହାତ ଥିବା ସନ୍ଦେହ କରି ପୁଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ସୁଧୀର ସାଙ୍ଗୱାନଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ପୁଲିସ। ତେବେ ପୁଲିସ ସତ କ’ଣ ତାହା ଜାଣିବା ପାଇଁ ତଦନ୍ତ ଚଳାଇଥିବା ବେଳେ ବିଗ୍ ବସରେ ତାଙ୍କର ସହ ପ୍ରତିଯୋଗୀ ଥିବା ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏକ ବଡ଼ ଖୁଲାସା କରିଛନ୍ତି। ରାଖୀ କହିଛନ୍ତି ଯେ, ସୋନାଲୀ କହୁଥିଲେ ସେ ତାଙ୍କ ପିଏ ସୁଧୀରଙ୍କୁ ପସନ୍ଦ କରନ୍ତି।

ସେ କହିଛନ୍ତି ଯେ, ସୋନାଲୀଜୀ ତାଙ୍କ ପିଏଙ୍କୁ ପସନ୍ଦ କରୁଥିବା କଥା ମୋତେ ଜଣାଇଥିଲେ। ପ୍ରଥମ ଦିନରୁ ହିଁ ସୁଧୀର ସାଙ୍ଗୱାନ ମୋତେ ଠିକ ଲାଗୁନଥିଲେ। ସୋନାଲୀଜୀ ତାଙ୍କ ଝିଅକୁ ଖୁବ ଭଲ ପାଉଥିଲେ। ବିଗ୍ ବସରେ ଥିବା ସମୟରେ ସେ ଖୁବ କମ ଖାଉଥିଲେ। ତାଙ୍କର ହୃଦଘାତ ହେବା ଅସମ୍ଭବ। ଭାଇରାଲ ସିସିଟିଭି ଭିଡିଓରେ ମୁଁ ଦେଖିଲି ସେ ବ୍ଲାଉଜ୍ ଏବଂ ଏକ ପ୍ୟାଣ୍ଟ ପିନ୍ଧିଥିଲେ। ସେ ପିନ୍ଧିଥିବା ଶାଢ଼ି ତାଙ୍କ ଦେହରୁ ହଟାଇ ଦିଆଯାଇଥିଲା। ଏଭଳି କିଏ ଓ କାହିଁକି କଲା। ସେ ଭାରତୀୟ ଜନତା ପାର୍ଟିର ନେତ୍ରୀ ଥିଲେ। ମୁଁ ଭାରତୀୟ ଜନତା ପାର୍ଟିକୁ ଅନୁରୋଧ କରୁଛି ଯେ ସୋନାଲୀଜୀଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଅନ୍ତୁ।

ସମ୍ବନ୍ଧିତ ଖବର