ମୁଁ ଏବେ ଶାରୀରିକ ସଂପର୍କ ରଖୁନାହିଁ, ମୋ ଶରୀର ଏବେ ହେଉଛି ଏକ ମନ୍ଦିର, ବିବାହ ପର୍ଯ୍ୟନ୍ତ ଏହାକୁ ମୁଁ ସଫା ରଖିବି: ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ : ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଆଣିବା ପରେ ଅଭିନେତ୍ରୀ ରାକ୍ଷୀଙ୍କ ଆଖିର କଣ୍ଟା ବନି ଯାଇଥିଲେ । ନାନା ଏହି ଆରୋପ ଉପରେ ନିଜର ବିଶେଷ କିଛି ପ୍ରତିକ୍ରିୟା ରଖି ନଥିବା ବେଳେ ରାକ୍ଷୀ ତନୁଶ୍ରୀଙ୍କୁ ଅନେକ କଥା ଶୁଣାଇଥିଲେ । ସାକ୍ଷାତକାରରେ ସେ ତନୁଶ୍ରୀଙ୍କ ବିରୋଧରେ ଅନେକ କିଛି କହିବା ପରେ ତନୁଶ୍ରୀ ତାଙ୍କ ଉପରେ ମାନହାନିର ମକଦ୍ଦମା କରିଥିଲେ । ଯାହା ପରେ ରାକ୍ଷୀ ତନୁଶ୍ରୀଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ରାକ୍ଷୀଙ୍କ ଏହି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏବେ ରାକ୍ଷୀ ନିଜକୁ ନେଇ କହିଥିବା ଏକ କଥାକୁ ନେଇ ଲୋକେ ପରିହାସ କରିବାରେ ଲାଗିଛନ୍ତି । ଏକ ସାକ୍ଷାତକାରରେ, “ମୁଁ ଏବେ ଶାରୀରିକ ସଂପର୍କ ରଖୁନାହିଁ । ମୋ ଶରୀରରେ ଏବେ ହେଉଛି ମନ୍ଦିର । ମୁଁ ଏହାକୁ ସଫା ରଖିବାକୁ ଚାହୁଁଛି । ବିବାହ ପର୍ଯ୍ୟନ୍ତ ମୁଁ କାହା ସହ ଶାରୀରିକ ସଂପର୍କ ରଖିବି ନାହିଁ” ବୋଲି ରାକ୍ଷୀ କହିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର