ଅନ୍ୟକୁ ହସେଇ ହସେଇ ବେଦମ କରୁଥିବା ରାକ୍ଷୀ ନି‌ଜେ କାନ୍ଦି ପକାଇଲେ, ଉଦାସ ହୋଇଗଲା ପୂରା ମାହୋ‌ଲ୍‌

ମୁମ୍ବାଇ: ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍‌ବସ୍‌-୧୪ରେ ନଜର ଆସି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରାଇଛନ୍ତି। ଏପରିକି ତାଙ୍କୁ ଗୃହର ଏଣ୍ଟର୍‌ଟନ୍‌ର ଟ୍ୟାଗ୍‌ ମଧ୍ୟ ପ୍ରଦାନ କରାଯାଇଛି। ଗତ ରାତିରେ ରାକ୍ଷୀ ହାଉସ୍‌ର ଆଉ ଜଣେ ପ୍ରତିଯୋଗୀଙ୍କ ସହ ଏକ ପ୍ରସଂଗକୁ ନେଇ କଥା ହେବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି।

ସେ ତାଙ୍କର ଏକ କଳା ଅତୀତ ବିଷୟ‌ରେ ପ୍ରକାଶ କରିଛନ୍ତି। ରାକ୍ଷୀଙ୍କ କହିବା କଥା ହେଲା ଯେତେବେଳେ ତାଙ୍କୁ କେହି ଲୋକ ଜାଣିନଥିଲେ ‌ସେ ତାଙ୍କର ଜଣେ ବନ୍ଧୁ କାର୍‌ ମଧ୍ୟରେ ତାଙ୍କ ସହ ଅସଦାଚରଣ କରିିଥିଲେ। ଏହି କଥା କହିବା ବେଳେ ସେ କାନ୍ଦି ପକାଇଥିଲେ।

ସେ ତାଙ୍କ ସଂପର୍କିତ ଆହୁରି ଏକ ବଡ଼ କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ବାମୀ ରିତେଶ ଜଣେ ସ୍ବଳ୍ପ ବୟସ୍କା ଝିଅକୁ ବିବାହ କରିଛନ୍ତି ଓ ତାଙ୍କୁ ବାରମ୍ବାର ଛାଡ଼ପତ୍ର ଧମକ ଦେଉଛନ୍ତି। ରାକ୍ଷୀ ତାଙ୍କର ଦୁଃଖ ବାଣ୍ଟିବା ବେଳେ କାନ୍ଦି କାନ୍ଦି ପୂରା ମାହୋଲକୁ ଭାବପ୍ରବଣ କରାଇ ‌ଦେଇଥିଲେ।

ସମ୍ବନ୍ଧିତ ଖବର