ମିଛ ଥିଲା ଦୀପକଙ୍କ ସହ ରାକ୍ଷୀଙ୍କ ବିବାହ ଖବର! ପବ୍ଲିସିଟି ପାଇଁ ରକ୍ଷୀ କରିିଥିଲେ ନାଟକ

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ଭାବରେ ରାକ୍ଷୀ ସାଓ୍ଵନ୍ତଙ୍କୁ ସମସ୍ତେ ଜାଣନ୍ତି । ପ୍ରତିଥର ସେ କିଛି ନା କିଛି କଥାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବାକୁ ପଛାଉ ନ ଥିବା ବେଳେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସେ କିଛି ବି କରି ପାରନ୍ତି । ଏହାର ଉଦାହରଣ ଲୋକମାନଙ୍କୁ ପୂର୍ବରୁ ଅନେକ ଥର ମିଳି ସାରିଛି । ଏବେ ଆଉ ଏକ ଘଟଣାକୁ ନେଇ ତାଙ୍କୁ ଅସଲ ମୁଖା ସମସ୍ତଙ୍କ ଆଗକୁ ଆସିଛି। କିଛି ଦିନ ତଳେ ଡ଼ିସେମ୍ବର ୩୧ରେ ରାକ୍ଷୀ ଦୀପିକା କଲାଲଙ୍କୁ ବିବାହ କରିବେ ବୋଲି କହିଥିବା ବେଳେ ବିବାହର କାର୍ଡ଼ ମଧ୍ୟ ଭାଇରାଲ ହୋଇଥିଲା । ଏବେ ତାହା ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଜଣାପଡ଼ିଛି ।

ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି, ମୋତେ କ୍ଷମା କରିବ ଦୀପକ,ମୋ ପରିବାର ମୋ ଉପରେ ରାଗିଛି । ଯାହା ବି ହୋଇଛି, ତାହାକୁ ମୋ ପରିବାର ଜମା ବି ପସନ୍ଦ କରୁ ନାହାନ୍ତି । ୧୪-୧୫ବର୍ଷ ହେଲାଣି ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିଛି । ମୁଁ ଏଭଳି ଖରାପ କାମ କରିବାକୁ ଚାହୁଁନି, ଯାହା ବି ଥିଲା ସବୁ ଭୁଲିଯାଅ । ମୋର ପ୍ରେମିକ ମୋ ଉପରେ ରାଗିଛି । ଏବେ ସେ ମୋତେ ବିବାହ କରିବେ ନାହିଁ । ମୁଁ ମୋ ଜୀବନ ଖରାପ କରିବାକୁ ଚାହୁଁନାହିଁ । ମୋ ପାଇଁ କାହା ମନ ଦୁଃଖ ହୋଇଥିଲେ ମୋତେ କ୍ଷମା କରିବେ ବୋଲି କହିଥିବା ଦେଖାଯାଇଛି । ରାକ୍ଷୀଙ୍କ ଏହି ଭିଡିିଓ ପରେ ଦୀପକଙ୍କୁ ବିବାହ କରିବା ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିଛି ଲୋକ ରାକ୍ଷୀଙ୍କ ଏହି ଭିଡ଼ିଓକୁ ମଧ୍ୟ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର