ମୁମ୍ବାଇ: ବଲିଉଡ୍‌ର ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ତାଙ୍କ ପୂର୍ବତନ ସ୍ବାମୀ ତାଙ୍କର ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ଗୁଡ଼ିକୁ ହ୍ୟାକ୍‌ କରିଛନ୍ତି। ସେ ଏବେ ତାଙ୍କ ଆକାଉଣ୍ଟ୍‌କୁ ଚଳାଇ ପାରୁନାହାନ୍ତି। ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ହ୍ୟାକ୍‌ ହେବା ପରେ ରାକ୍ଷୀ ସାୱନ୍ତ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି। ରାକ୍ଷୀ ଏ ନେଇ ପୁଲିସ୍‌ ଅଭିଯୋଗ ବି କରିଛନ୍ତି।

Advertisment

ଭାଇରାଲ୍‌ ହୋଇଥିବା ରାକ୍ଷୀଙ୍କ ନୂଆ ଭିଡିଓରେ ରାକ୍ଷୀ ତାଙ୍କ ସୋସିଆଲ୍‌ ମିଡିଆ ହ୍ୟାକ୍‌ ପଛରେ ପୂର୍ବ ସ୍ବାମୀଙ୍କର ହାତ ଥିବା କହୁଥିବାର ନଜର ଆସିଛନ୍ତି। ତାଙ୍କ କହିବା କଥା ହେଉଛି, ତାଙ୍କ ପୂର୍ବ ସ୍ବାମୀ ରିତେଶ ତାଙ୍କୁ ବର୍ବାଦ କରିବାକୁ ଚାହାନ୍ତି ଓ ସେହି କାରଣରୁ ସେ ଏପରି କରୁଛନ୍ତି। ସେ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ବିବାହିତା ହୋଇ ମଧ୍ୟ ପୂରା ଲକ୍‌ଡାଉନ୍‌ରେ ସେ ଏକାକୀ ଅନୁଭବ କରୁଥିଲେ। ତାଙ୍କ ସ୍ବାମୀ ତାଙ୍କର ଟିକେ ବି ସାହାଯ୍ୟ କରୁନଥିଲେ। ଏପରି ସ୍ବାମୀ ଭଗବାନ କାହାକୁ ନ ଦିଅନ୍ତୁ ବୋଲି ରାକ୍ଷୀ ଭିଡିଓରେ କହିଥିବା ନଜର ଆସିଛନ୍ତି।

ଏହି ସବୁ କାରଣରୁ ହିଁ ସେ ତାଙ୍କ ସ୍ବାମୀଙ୍କୁ ପରିତ୍ୟାଗ କରିଥିବା କଥା କହିଛନ୍ତି। ସେ ମୋ ଉପରେ ଚିଲାଉଥିବାର ବି ମୁଁ ଟିଭିରୁ ଦେଖିଛି। ଏସବୁକୁ ମୁଁ ଏବେ ଠିକ୍‌ କରିବାକୁ ପୁଲିସ୍‌ର ସହାୟତା ନେବାକୁ ଚାହୁଁଛି ବୋଲି ରାକ୍ଷୀ ଗଣମାଧ୍ୟମରେ କହିଛନ୍ତି। ରାକ୍ଷୀଙ୍କ ସହିତ ତାଙ୍କ ନୂଆ ପ୍ରେମକ ଆଦିଲ୍‌ ଖାନ୍‌ ବି ନଜର ଆସିଛନ୍ତି ଭିଡିଓରେ।