ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ନିଜ ଶରୀରର ଏହି ଅଙ୍ଗକୁ ଦାନ କରିବାକୁ ଚାହୁଁଥିବା ଜାଣି ନିଜ ମୁଣ୍ଡ ଦୟାକରି କାହାକୁ ଦାନ କରିବ ନାହିଁ ବୋଲି କହି ଟ୍ରୋଲ କଲେ ଲୋକେ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତ୍ରୀ ହେଉଛନ୍ତି ରାକ୍ଷୀ ସାଓ୍ଵନ୍ତ । କୌଣସି ବିଷୟକୁ ନେଇ ସେ ଯେଉଁ ମତ ରଖନ୍ତି; ତାହାକୁ ନେଇ ପରେ ବିବାଦ ସୃଷ୍ଟି ହେବା ସହ ନିଜକୁ ବିବାଦରେ ରଖିବା ପାଇଁ ସେ ଭଲ ପାଆନ୍ତି ପୂର୍ବରୁ ସେ ଅନେକ ଥର ସ୍ୱୀକାର କରିଛନ୍ତି । ନିକଟରେ ନିଜ ଶରୀରର ଅଙ୍ଗ ଦାନ କରିବା ପାଇଁ ସେ ଇନ୍‌ଷ୍ଟାରେ ଯେଉଁ ଭିଡ଼ିଓ ସେୟାର କରିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭିଡ଼ିଓରେ, ଅଙ୍ଗଦାନ ମହାପୁଣ୍ୟ । ସମସ୍ତଙ୍କୁ ନିଜ ନିଜର ଅଙ୍ଗଦାନ କରିବା ଦରକାର । କିଛି ଲୋକ  ଆଖି, କିଏ କିଡ଼୍‍ନି ତ କିଏ ଫୁସ୍‌ଫୁସ୍‌ ଦାନ କରିଥାନ୍ତି । ସେମିତି ମୁଁ ମଧ୍ୟ କିଛି ଦାନ କରିବାକୁ ଚାହୁଁଛି । ମୋ ପାଖରେ ମୋ ସ୍ତନ ଅପେକ୍ଷା ଆଉ କିଛି ଦାନ କଲା ଭଳି ଜିନିଷ ନାହିଁ । ଯିଏ ନେବାକୁ ଚାହିଁବେ, ମୁଁ ମୋ ସ୍ତନ ଦାନ କରିବି । ଦେଖିବା ଏହା କାହାକୁ ମିଳୁଛି ବୋଲି କହି ଭିଡ଼ିଓ ସେୟାର କରିଥିଲେ ରାକ୍ଷୀ । 

ତେବେ, ଏହି ଭିଡ଼ିଓ ଭାଇରାଲ ହେବା ପରେ କିଛି ଲୋକ ତାଙ୍କୁ ପାଗଳ ବୋଲି କହିବା ସହ କିଛି ତାଙ୍କୁ ଭୁଲ୍‌ରେ ବି ନିଜ ମୁଣ୍ଡ କାହାକୁ ଦାନ କରିବନି ବୋଲି କହିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର