ମୁମ୍ବାଇ: ଆଦିଲ ଖାନ୍ ଦୁରାନୀଙ୍କୁ ଦ୍ବିତୀୟ ବିବାହ କରିବା ପରେ ଧର୍ମ ବଦଳାଇଥିବା କହିଥିଲେ ରାକ୍ଷୀ। ସେ ରାକ୍ଷୀରୁ ଫାତିମା ହୋଇଥିବା ଗଣମାଧ୍ୟମକୁ ଜଣାଇଥିଲେ। ସ୍ବାମୀଙ୍କ ସହ ବିବାଦ ଚାଲିଥିଲେ ବି ସେ ଇସଲାମ ଧର୍ମ ଗ୍ରହଣ କରିଥିବାରୁ ରୋଜା ରଖିବେ ବୋଲି ଜଣାଇଥିଲେ। ତେବେ ଧର୍ମ ପରିବର୍ତ୍ତନ ପରେ ପାଞ୍ଚଥର ନମାଜ ପଢ଼ୁଛି ବୋଲି ରାକ୍ଷୀ କହିଥିବା ବେଳେ ଏବେ ସେ ନମାଜ ପଢ଼ୁଥିବାର ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି। ତେବେ ଭିଡିଓ ସେୟାର କରିବା ପରେ ଏବେ ରାକ୍ଷୀଙ୍କୁ ଟ୍ରୋଲ କରାଯାଉଛି।
ନମାଜ ପଢ଼ିବା ସମୟରେ ନେଲ୍ ପଲିସ୍ ଲଗାଯାଏ ନାହିଁ। ତେବେ ସେୟାର କରିଥିବା ଭିଡିଓରେ ରାକ୍ଷୀ ନେଲ୍ ପଲିସ୍ ଲଗାଇଥିବା ବେଳେ ପଛପଟେ ଏକ ଗୀତ ବାଜୁଥିବା ଶୁଣିବାକୁ ମିଳିଛି। ଏହି ସବୁ କାରଣରୁ, ରାକ୍ଷୀ ସାୱନ୍ତ ଟ୍ରୋଲିଂର ଶିକାର ହୋଇଛନ୍ତି। ରାକ୍ଷୀ ନମାଜ ପଢ଼ିବାର ନାଟକ କରୁଥିବା କହି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ନମାଜ ପଢ଼ିବା ସମୟରେ ଗୀତ ବାଜେ ନାହିଁ ଏବଂ ନେଲ୍ ପଲିସ ଲଗାଇ ନମାଜ ପଢ଼ାଯାଏନାହିଁ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ନେଲ୍ ପଲିସ୍ ଲଗାଇ କିଏ ନମାଜ ପଢ଼େ?
View this post on Instagram
ତେବେ ମା’ଙ୍କୁ ହରାଇବା ପରେ ପରେ ସ୍ବାମୀ ଧୋକା ଦେଇଥିଲେ। ହେଲେ ସବୁ ଦୁଃଖ ସହିବା ପରେ ଏବେ ଧୀରେ ଧୀରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ଏସବୁରୁ ବାହାରକୁ ଆସିବା ପାଇଁ ନିଜକୁ କାମରେ ବ୍ୟସ୍ତ ରଖିବା ସହ ଦୁବାଇରେ ନିଜର ଆକ୍ଟିଙ୍ଗ ଏକାଡେମୀ ଖୋଲିଛନ୍ତି ରାକ୍ଷୀ। ଏହା ସହ ତାଙ୍କୁ ଏକ ୱେବ ସିରିଜ୍ ମଧ୍ୟ ମିଳିଥିବା କହିଛନ୍ତି ରାକ୍ଷୀ। ଏହି ୱେବ ସିରିଜ୍ ମିଳିବା ପରେ ରାକ୍ଷୀ କହିଛନ୍ତି ଯେ, ମୁଁ ବି ଭଲ ଅଭିନେତ୍ରୀ ବୋଲି ପ୍ରମାଣ କରିବି।