ରାକ୍ଷୀଙ୍କ ଆଖିକୁ ଦେଖିଲେ ସତ ଜଣାପଡ଼ୁଛି, ମୁଁ ତାଙ୍କ ସହିତ ଅଛି: ପୂର୍ବ ସ୍ବାମୀ ରିତେଶ ସିଂହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଓ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ଏବେ ବିବାଦ ଆରମ୍ଭ ହୋଇଥିବା ବେଳେ ମୁହଁ ଖୋଲିଛନ୍ତି ରାକ୍ଷୀଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ। ରାକ୍ଷୀ, ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଆଜି ତାଙ୍କୁ ଜେଲ କଷ୍ଟଡିକୁ ପଠାଯାଇଥିବା କହିଛନ୍ତି ରାକ୍ଷୀଙ୍କ ଓକିଲ।

ଏସବୁ ବିବାଦ ଉପରେ ରାକ୍ଷୀଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ ନିଜର ପ୍ରତିକ୍ରିୟା ରଖି ମୁଁ ରାକ୍ଷୀଙ୍କ ସହିତ ଅଛି ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଲାଇଭ କରି ରିତେଶ କହିଛନ୍ତି ଯେ “ରାକ୍ଷୀଙ୍କ ଆଖି ଦେଖିଲେ ସତ କ’ଣ ତାହା ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ କୋର୍ଟ କିଏ ଠିକ କିଏ ଭୁଲ ତା’ର ନିଷ୍ପତ୍ତି ନେବେ। ରାକ୍ଷୀ ମୋତେ ତିନି ମାସ ପୂର୍ବରୁ ଏ ବିଷୟରେ ଜଣାଇଥିଲେ। ସେ ମୋତେ ଆଦିଲଙ୍କ ସହ ହୋଇଥିବା ବିବାଦ ବିଷୟରେ ସବୁକିଛି କହିଥିଲେ। କିଛି ଲୋକ ରାକ୍ଷୀ ମିଛ କହୁଥିବା ବିଷୟରେ ଚର୍ଚ୍ଚା କରୁଛନ୍ତି। କିନ୍ତୁ ସେ ମିଛ କହୁନାହାଁନ୍ତି। ଏ‌ବେ ସେ ହୃଦୟ ଭାଙ୍ଗିବାର କଷ୍ଟ ବୁଝିପାରୁଥିବେ। ମୁଁ ତୁମ ସହିତ ଅଛି ରାକ୍ଷୀ କିନ୍ତୁ ମୁଁ ବି ଚିନ୍ତିତ ଥିଲି। ଯେଉଁ ଧୋକା ଦେବାର ଯନ୍ତ୍ରଣା ତୁମକୁ ଏବେ ହେଉଛି ସେହି ଯନ୍ତ୍ରଣା ମୋତେ ବି ହୋଇଥିଲା। ମୁଁ ଦୁଇ ଥର ପ୍ରେମ କରି ଧୋକା ଖାଇଛି। ଏହି ଘଟଣା ସେହି ଝିଅମାନଙ୍କ ପାଇଁ ଏକ ଶିକ୍ଷା, ଯେଉଁମାନେ ଲଭ ଜିହାଦର ଶିକାର ହୋଇଛନ୍ତି।”

ସମ୍ବନ୍ଧିତ ଖବର