ରାକ୍ଷୀଙ୍କୁ ମାଡ଼ ମାରିଥିବାର ଅଭିଯୋଗ ପରେ ଗିରଫ ହେ‌ଲେ ଆଦିଲ ଦୁରାନୀ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ତଥା ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରି ଗିରଫ ହେଲେ ସ୍ବାମୀ ଆଦିଲ ଦୁରାନୀ। ଗତକାଲି ରାକ୍ଷୀ ନିଜ ସ୍ବାମୀଙ୍କଠାରୁ ଅଲଗା ହେଉଥିବା ‌ଘୋଷଣା କରିଥିଲେ। ଆଦିଲଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀ ଆସିବାରୁ ଆଦିଲ, ରାକ୍ଷୀଙ୍କୁ ଧୋକା ଦେଇଥିବା ଅଭିନେତ୍ରୀ କହିଥିଲେ। ଏଭଳି ଧୋକା ଦେବା ପ‌ରେ କ୍ଷମା ମାଗିବା ପରିବର୍ତ୍ତେ ରାକ୍ଷୀଙ୍କୁ ତାଙ୍କ ଘରକୁ ଆସି ଆଦିଲ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରାକ୍ଷୀ।

କୁହାଯାଉଛି ଯେ, ଆଦିଲ ରାକ୍ଷୀଙ୍କ ଘରକୁ ଆସିଥିବା ବେଳେ ଓସିୱାରା ପୁଲିସ ଆସି ତାଙ୍କୁ ଗିରଫ କରିଥିଲା। ଆଦିଲ ଗିରଫ ହେବା ପରେ ରାକ୍ଷୀ କହିଛନ୍ତି, “ସେ ଗିରଫ ହୋଇଛନ୍ତି କାରଣ ମୁଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲି। ଏହା କୌଣସି ଡ୍ରାମା ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ସେ ମୋତେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି।

ତେବେ ରାକ୍ଷୀଙ୍କ ଅଭିଯୋଗ ପରେ ପୁଲିସ ଆଦିଲଙ୍କୁ ଗିରଫ କରିଥିବା ବେଳେ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରୁଥିବା ଜଣାପଡ଼ିଛି।

ସୋମବାର ରାକ୍ଷୀ କହିଥିଲେ, ତାଙ୍କ ମା’ଙ୍କ ମୃତ୍ୟୁ ପୂର୍ବରୁ ଆଦିଲ ଆଉ ଜଣେ ଯୁବତୀଙ୍କ ସହ ରହିବା ଆରମ୍ଭ କରିଥିଲେ। ମା’ଙ୍କ ମୃତ୍ୟୁ ହେବା ‌ପରେ ସେ ଘରକୁ ଫେରି ଏହା ଜାଣିପାରିଥିଲେ। ଆଦିଲଙ୍କ ଶରୀରରେ ଲଭ୍ ବାଇଟ ଦେଖି ରାକ୍ଷୀ ପ୍ରଶ୍ନ କରିବା ପରେ ଆଦିଲ ତାଙ୍କଠାରୁ ଅଲଗା ହେବାକୁ କହିଥିଲେ। ଗଣମାଧ୍ୟମ ଆଗରେ ରାକ୍ଷୀ, ଆଦିଲଙ୍କ ବିରୋଧରେ କହୁଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ଏହା ଶୁଣି ରାକ୍ଷୀ ଆଦିଲଙ୍କ ଗୋଡ ତଳେ ପଡ଼ିଯାଇଥିଲେ। ହେଲେ ଆଦିଲଙ୍କ ତାଙ୍କୁ ଗୋଇଠା ମାରିବା ସହ ଗଣମାଧ୍ୟମ ଆଗରେ କ୍ଷମା ମାଗିବାକୁ କହିଥିଲେ। ସେ ମୋତେ କହିଥିଲେ ଯେ ମୁଁ ଗଣମାଧ୍ୟମ ଆଗରେ କ୍ଷମା ମାଗିଲେ ସେ ମୋ ପାଖକୁ ଫେରି ଆସିବେ। କିନ୍ତୁ ସେ ଫେରିଲେ ନାହିଁ। ସେ ଏବେ ସେହି ଯୁବତୀଙ୍କ ସହିତ ରହୁଛନ୍ତି। ସେ ଯୁବତୀଙ୍କୁ ବି ଲଜ୍ଜା ଲାଗୁନାହିଁ। ଶେଷରେ, ଆଦିଲ ମୋତେ ଛାଡି ଦେଇଛନ୍ତି।

ସମ୍ବନ୍ଧିତ ଖବର