ପହିଲମାନଙ୍କ ସହ ପଙ୍ଗା ମହଙ୍ଗା ପଡ଼ିଲା; କଚଡ଼ା ଖାଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ: ନିଜର ବୟାନ କିମ୍ବା ଅନ୍ଦାଜ ପାଇଁ ସଦା ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ର ଜଣାଶୁଣା ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ଵନ୍ତ। ମାତ୍ର ଏଥର ଜଣେ ମହିଳା ପହିଲମାନଙ୍କ ସହ ପଙ୍ଗା ନେବା ତାଙ୍କୁ ମହଙ୍ଗା ପଡ଼ିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଗ୍ରେଟ୍‌ ଖଲିଙ୍କ ଦ୍ୱାରା ଆୟୋଜିତ ଏକ ରେସଲିଂ ସୋ’ରେ ରାକ୍ଷୀ ସାଓ୍ଵନ୍ତଙ୍କୁ ଚୋଟ ପହଞ୍ଚିଛି ବୋଲି ଖବର ରହିଛି।

ଜାଣିବାକୁ ମିଳିଛି ଯେ ରାକ୍ଷୀ ସାଓ୍ଵନ୍ତ ରିଙ୍ଗ୍‌ରେ ନୃତ୍ୟ ପ୍ରଦର୍ଶନ କରୁଥିଲେ। ରାକ୍ଷୀଙ୍କୁ ମହିଳା ପହିଲମାନ ଜଣକ ତାଙ୍କ ସହ କୁସ୍ତି କରିବା ପାଇଁ ଉସୁକାଇଲେ। ରାକ୍ଷୀ ବି ନିଜର ଟେକ ରଖିବା ପାଇଁ ପହିଲମାନଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଗଲେ। ମାତ୍ର ଦୁଃଖର କଥା ହେଉଛି ପହିଲମାନ ଜଣଙ୍କ ରାକ୍ଷୀଙ୍କୁ ନିଜ କାନ୍ଧରେ ଉଠାଇ ଜୋର୍‌ କଚାଡ଼ି ଦେଇଛନ୍ତି। ଫଳରେ ରାକ୍ଷୀ ସାଓ୍ଵନ୍ତ ଆହତ ହୋଇଛନ୍ତି। ଆହତ ରାକ୍ଷୀଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ରାକ୍ଷୀ ପ୍ରାୟ ୫ରୁ ୮ ମିନିଟ୍‌ ପର୍ଯ୍ୟନ୍ତ ଯନ୍ତ୍ରଣା ସହିବା ପରେ ଇଭେଣ୍ଟ୍‌ର ଆୟୋଜକ ତାଙ୍କୁ ହସ୍ପିଟାଲ୍‌ ନେବାର ବନ୍ଦୋବସ୍ତ କରିଥିଲେ।

ସମ୍ବନ୍ଧିତ ଖବର