ନୂଆଦିଲ୍ଲୀ: ଆଜି ସାରା ଦେଶରେ ରକ୍ଷାବନ୍ଧନ ପର୍ବ ଧୁମଧାମରେ ପାଳନ କରାଯାଉଛି। ଭଉଣୀମାନେ ତାଙ୍କ ଭାଇମାନଙ୍କ ହାତରେ ରାଖୀ ବାନ୍ଧି ଶୁଭ ମନାସିଛନ୍ତି।
ତେବେ ଯେଉଁ ଭଉଣୀମାନଙ୍କର ଭାଇ ନାହିଁ ଅଥବା ଯେଉଁମାନେ କୌଣସି ଦୁର୍ଘଟଣା, ଅଘଟଣ ହେତୁ ନିଜନିଜ ଭାଇଙ୍କୁ ହରାଇ ଦେଇଛନ୍ତି ସେମାନେ ଏ ରକ୍ଷାବନ୍ଧନ ପର୍ବରେ ଦୁଃଖୀ ହୋଇ ପଡ଼ିଛନ୍ତି। ଭାଇ ସହିତ ବିତାଇଥିବା ସେ ପୁରାଣା ଦିନ... ପୂର୍ବ ରାଖୀ ବାନ୍ଧିବାର ସମୟ ଆଦିକୁ ମନେ ପକାଇ ଆଖିରୁ ଲୁହ ଝରାଉଛନ୍ତି।
ଏହି କ୍ରମରେ ଦେଖିବାକୁ ଗଲେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ତାଙ୍କ ଭାଇଙ୍କୁ ମନେ ପକାଇ ଭାବପ୍ରବଣ ହୋଇ ପଡ଼ିଛନ୍ତି।
ରକ୍ଷାବନ୍ଧନ ଦିନ, ଶ୍ୱେତା ତାଙ୍କ ଇନଷ୍ଟାଗ୍ରାମରେ ଭାଇ ସୁଶାନ୍ତଙ୍କ ସହ ତାଙ୍କର ପୁରୁଣା ଫଟୋକୁ ଯୋଡ଼ି ଏକ ଭିଡିଓ ସେୟାର କରିଛନ୍ତି। ଏହାସହିତ, ସେ ସୁଶାନ୍ତଙ୍କୁ ରକ୍ଷାବନ୍ଧନର ଅଭିନନ୍ଦନ ଜଣାଇଛନ୍ତି।
ଏହି ଭିଡିଓ କ୍ୟାପସନରେ ଶ୍ୱେତା ଲେଖିଛନ୍ତି- 'କେତେବେଳେ ଏମିତି ଲାଗୁଛି ଯେପରି ତୁମେ କେବେ ଛାଡି ଯାଇନାହଁ। ତୁମେ ଏବେ ବି ଏଠାରେ ଅଛ, ପରଦାର ଆର ପାର୍ଶ୍ୱରେ, ନୀରବରେ ଦେଖୁଛ ଆମ ସମସ୍ତଙ୍କୁ ଦେଖୁଛ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/09/new-project-13-2025-08-09-16-25-39.jpg)