ସାଙ୍ଗ ମରିଯିବା ପରେ ତାଙ୍କ ଝିଅକୁ ଧରମ ଭଉଣୀ କରିବା ସହ ବିବାହ କରାଇଥିଲେ ସଲମାନ, ଜାଣନ୍ତୁ ସଲମାନଙ୍କ ଏହି ଭଉଣୀ କିଏ?

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ସଲମାନ ଖାନ୍‌ଙ୍କୁ ଲୋକମାନେ ତାଙ୍କର ବଦାନ୍ୟତା ପାଇଁ ଜାଣନ୍ତି । ଜଣେ ଭଲ କଳାକାର ହେବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ତାଙ୍କୁ ଅନେକ ସମୟରେ ଦେଖା ଯାଇଥାଏ । ନିଜ ସହକଳାକାର ହୁଅନ୍ତୁ ବା ସାଧାରଣ ଲୋକ, ସମସ୍ତଙ୍କୁ ସେ ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି । କିଛି ଦିନ ତଳେ ଅଭିନେତ୍ରୀ ପୂଜା ଡ଼ଡ୍‌ଓ୍ଵାଲ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସୁସ୍ଥ ହେବା ପଛରେ ସଲମାନଙ୍କର ବହୁତ ବଡ଼ ହାତ ଥିବା କହିଥିଲେ । ତେବେ ଆଜି ଆମେ ତାଙ୍କର ଧରମ ଭଉଣୀ(ରାକ୍ଷୀ ସିଷ୍ଟର) ଶ୍ୱେତା ରୋହିରାଙ୍କ ବିଷୟରେ ଜଣାଇବାକୁ ଯାଉଛୁ । ପୂର୍ବରୁ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ବିଷୟରେ ଆପଣମାନେ ଜାଣିଥିଲେ । ଏବେ ଆଉ ଏକ ନାଁ ସାମ୍ନାକୁ ଆସିଛି ।

India Today

ଶେତା ସଲମାନଙ୍କର ନିଜ ଭଉଣୀ ନ ହୋଇ ମଧ୍ୟ ତାଙ୍କ ହାତରେ ପ୍ରତିବର୍ଷ ରାକ୍ଷୀ ବାନ୍ଧିଥାନ୍ତି । ଶ୍ୱେତା ସଲମାନଙ୍କ ସାଙ୍ଗ ସୁନୀଲ ରୋହିରାଙ୍କ ଝିଅ । ସଲମାନ ଏବଂ ସୁନୀଲ ଦୁଇ ଜଣ ଭଲ ସାଙ୍ଗ ହୋଇଥିବା ବେଳେ ସୁନୀଲଙ୍କ ମୃତ୍ୟୁ ପରେ ଶ୍ୱେତା ସଲମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ଆରମ୍ଭ କରିଥିଲେ । ଏହା ସହ ସଲମାନ  ଭାଇର କର୍ତ୍ତବ୍ୟ କରି ଶ୍ୱେତା ପସନ୍ଦ କରୁଥିବା ପୁଅକୁ ମଧ୍ୟ ତାଙ୍କର ବିବାହ କରିଥିଲେ । ଅଭିନେତା ପୁଲ୍‌କିତ୍‌ ସମ୍ରାଟଙ୍କ ସହ ଶ୍ୱେତାଙ୍କ ବିବାହ ୨୦୧୪ରେ କରାଇଥିଲେ ସଲମାନ । କିନ୍ତୁ ଦୁଇ ଜଣ ବିବାହର ବର୍ଷେ ପରେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର