ହାଇଦ୍ରାବାଦ: ଖାଲି ପାଦରେ ନଜର ଆସିଲେ ‘ଆର୍‌ଆର୍‌ଆର୍’ (ରୌଦ୍ରମ୍‌ ରଣମ୍ ରୁଧିରମ୍) ଅଭିନେତା ରାମ ଚରଣ। ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ଚରଣ ଆମେରିକାକୁ ଉଡ଼ାଣ କରିଛନ୍ତି। ଏହି ସମୟରେ ସେ ବିମାନବନ୍ଦରରେ ଖାଲି ପାଦରେ ନଜର ଆସିଥିଲେ। କଳା ରଙ୍ଗର ପୋଷାକ ପିନ୍ଧିଥିବା ରାମ ଚରଣ ପାଦରେ କିଛି ପିନ୍ଧିନଥିଲେ। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

Advertisment

publive-image amarujala

କୁହାଯାଉଛି ଯେ ଅଭିନେତା ପ୍ରତିବର୍ଷ ଆୟାପ୍ପା ଦୀକ୍ଷା ନିଅନ୍ତି। କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଏହାକୁ ପାଳନ କରିବାକୁ ପଡେ। ଭକ୍ତମାନଙ୍କୁ ୪୮ଦିନ ଉପବାସ ପାଳନ କରିବାକୁ ପଡେ। ରାମ ଚରଣ ଆୟାପ୍ପା ଦୀକ୍ଷା ନେଇଥିବାରୁ ୪୮ଦିନ ଉପବାସ କରିଛନ୍ତି। ଏହା ସହ ଖାଲି ପାଦରେ ଚାଲୁଛନ୍ତି। ରାମ ଚରଣ ପ୍ରତିବର୍ଷ ଏହି ରୀତିନୀତି ପାଳନ କରନ୍ତି।

ତେବେ ଗତ ମାସରେ ଏସ୍‌. ଏସ୍‌. ରାଜାମୌଲୀଙ୍କ ‘ଆର୍‌ଆର୍‌ଆର୍’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ଜିତିଲା। ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ପରେ ଓସ୍କାର ୨୦୨୩ରେ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ‘ଆର୍‌ଆର୍‌ଆର୍’ର 'ନାଟୁ ନାଟୁ' ଗୀତକୁ ମନୋନୀତ କରାଯାଇଛି। ଏହି ପୁରସ୍କାର ଆମେରିକାରେ ମାର୍ଚ୍ଚ ୧୨ରେ ଅନୁଷ୍ଠିତ ହେବାକୁ ଯାଉଛି।