ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନାଙ୍କ ଝିଅ ଜନ୍ମ ହେବାକୁ ୧୧ ଦିନ ହୋଇଗଲାଣି। ସେମାନେ ଏହି କାରଣକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକ, ପରିବାର ଏବଂ ବନ୍ଧୁମାନଙ୍କ ନିକଟରୁ ପତି-ପତ୍ନୀଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ତେବେ ବିବାହର ୧୧ ବର୍ଷ ପରେ ବାପା ବନିଥିବା ରାମଚରଣ ତାଙ୍କ ଶିଶୁ କନ୍ୟାଙ୍କ ନାମକରଣ ସମାରୋହ ଜୁନ୍ ୩୦ ତାରିଖ (ଆଜି) ରଖିଛନ୍ତି।

Advertisment

ପତ୍ନୀ ଉପସାନା ମଧ୍ୟ ଏହି ବିଶେଷ ସମାରୋହର ଝଲକ ଦେଖାଇବା ସହ ତାଙ୍କ ଝିଅକୁ କେଉଁ ବିଶେଷ ଉପହାର ମିଳିଛି ତାହା ମଧ୍ୟ ସେ କହିଛନ୍ତି। ଷ୍ଟାର ପତ୍ନୀ ଇନଷ୍ଟାଗ୍ରାମରେ ନାମକରଣ ସମାରୋହର ଉତ୍ସବ ବିଷୟରେ ସୂଚନା ଦେଇଛନ୍ତି। ଆଡମ୍ବରପୂର୍ଣ୍ଣ ସାଜସଜ୍ଜା ସହିତ ଉପସାନାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସମାରୋହରେ ସମଗ୍ର ପରିବାର ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଛି।  ଏହା ମଧ୍ୟ କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ଯୋଗଦେବେ ବୋଲି ଆଶା କରାଯାଉଛି।

ଦମ୍ପତି ଏବଂ ସେମାନଙ୍କ ଝିଅକୁ ଆଶୀର୍ବାଦ ଦେବା ପାଇଁ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଉପାସନା ତାଙ୍କ ଝିଅକୁ ଉପହାରରେ ମିଳିଥିବା ଏକ ବିଶେଷ ଝୁଲଣାକୁ ନେଇ ଇନ୍‌ଷ୍ଟାରେ ପୋଷ୍ଟ୍‌ କରିଛନ୍ତି। ଝୁଲଣାଟି ହାତ ତିଆରି ହୋଇଥିବା ବେଳେ ଏହାକୁ ତିଆରି କରିଛନ୍ତି ‘ପ୍ରଜ୍ଜ୍ବଳ ଫିାଉଣ୍ଡେସନ୍’ର ଯୁବ ମହିଳାମାନେ।

ରାମ ଚରଣ ଏବଂ ଉପାସାନା ଜୁନ୍ ୨୦ ତାରିଖରେ ନିଜ ଝିଅକୁ ସ୍ୱାଗତ କରିଥିଲେ। ଅଭିନେତାଙ୍କ ପତ୍ନୀ ଜୁନ୍ ୧୯ ତାରିଖ ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ମଧ୍ୟରାତ୍ରିରେ ଉପାସନା ଏକ ସୁନ୍ଦର କୁନି ଝିଅକୁ ଜନ୍ମ ଦେଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା।