ହାଇଦ୍ରାବାଦ: ୨୦୨୦ରେ ଖୁବ ଧୁମଧାମରେ ହୋଇଥିଲା ବିବାହ। ହେଲେ ୭ଜନ୍ମ ସାଙ୍ଗରେ ରହିବାକୁ ବଚନ ଦେଇଥିବା ଦମ୍ପତି ଏବେ ମାତ୍ର ୨ବର୍ଷ ପରେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି। ବିବାହର ୨ବର୍ଷ ପରେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ଅଭିନେତ୍ରୀ ନିହାରିକା କୋନିଡେଲା। ନିହାରିକା ଡିସେମ୍ବର ୨୦୨୦ରେ ଚୈତନ୍ୟ ଜୋନାଲାଗଡାଙ୍କୁ ବିବାହ କରିଥିଲେ। ହେଲେ ଏବେ ଦୁହେଁ ଇନଷ୍ଟାରେ ପରସ୍ପରକୁ ଅନଫଲୋ କରିବା ସହ ଚୈତନ୍ୟ ନିହାରିକାଙ୍କ ସହ ଥିବା ସବୁ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଛନ୍ତି।
lokmatଏହା ସହ ଇନଷ୍ଟାରେ ସେ ନିହାରିକାଙ୍କୁ ବିବାହ କରିଥିବା ନେଇ ଯେଉଁ ସୂଚନା ଦେଇଥିଲେ ତାହା ମଧ୍ୟ ଡିଲିଟ କରିଛନ୍ତି। ଦମ୍ପତି ଛାଡପତ୍ର ନେଇ ଘୋଷଣା କରିନଥିଲେ ବି ଫଟୋ ହଟାଇବା ସହ ପରସ୍ପରକୁ ଅନଫଲୋ କରିଥିବାରୁ ଦମ୍ପତିଙ୍କ ମଧ୍ୟରେ ସବୁ ଠିକ ନଥିବା ଚର୍ଚ୍ଚା ହେଉଛି। ଏହା ସହ ଦୁହେଁ ଖୁବ ଶୀଘ୍ର ଛାଡ଼ପତ୍ର ନେଉଥିବା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତେବେ ଚୈତନ୍ୟ, ନିହାରିକାଙ୍କ ଥିବା ଫଟୋ ହଟାଇଥିଲେ ବି ନିହାରିକା ଏଭଳି କରିନଥିବା ଦେଖାଯାଇଛି।
bollywoodshaadisନିହାରିକା ପେସାରେ ଜଣେ ଅଭିନେତ୍ରୀ ହୋଇଥିବା ବେଳେ ସେ ଅଭିନେତା ରାମଚରଣଙ୍କ ଦାଦା ତଥା ଅଭିନେତା ନାଗା ବାବୁଙ୍କ ଝିଅ। ତେବେ ଛାଡପତ୍ର ନେଇ ଚର୍ଚ୍ଚା ହେଉଥିଲେ ବି ନିହାରିକା ଓ ଚୈତନ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ଉଲ୍ଲେଖଯୋଗ୍ୟ, ଫିଲ୍ମ 'ଓକା ମାନସୁ' ଓ 'ହାପି ୱେଡିଙ୍ଗ'ରେ ଅଭିନୟ କରିଥିବା ନିହାରିକା ଅଗଷ୍ଟ ୨୦୨୦ରେ ଚୈତନ୍ୟଙ୍କ ସହ ନିର୍ବନ୍ଧ କରିଥିଲେ। ନିର୍ବନ୍ଧରେ କେବଳ ପରିବାର ଲୋକ ସାମିଲ ହୋଇଥିଲେ। ଅଗଷ୍ଟରେ ନିର୍ବନ୍ଧ ହେବା ପରେ ଡିସେମ୍ବରରେ ଦୁହେଁ ବିବାହ କରିଥିଲେ। ଚୈତନ୍ୟ ହାଇଦ୍ରାବାଦର ଏକ ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନିରେ ବ୍ୟବସାୟ ରଣନୀତିଜ୍ଞ ଭାବରେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/t-139.jpg)