ନୂଆଦିଲ୍ଲୀ: ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।
ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଫିଲ୍ମର ଆୟ ୮୦୦କୋଟି ପାର୍ କରିଛି। ୪ଦିନରେ ଫିଲ୍ମଟି ୮୦୦କୋଟିରୁ ଅଧିକ ଆୟ କରିସାରିଥିବା ବେଳେ ୭ଦିନ ଭିତରେ ଏହା ୧୦୦୦କୋଟି ପାର୍ କରିବ ବୋଲି ଜଣାପଡ଼ିଛି। ଏମଧ୍ୟରେ ଏକ୍ସରେ ପୋଷ୍ଟ କରି ଫିଲ୍ମର ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।
The BIGGEST HINDI FILM ever in HISTORY of BOLLYWOOD is a DUBBED TELUGU FILM #Pushpa2
— Ram Gopal Varma (@RGVzoomin) December 8, 2024
The BIGGEST HINDI FILM ACTOR in HISTORY of BOLLYWOOD is a TELUGU ACTOR @alluarjun who CAN’T SPEAK HINDI
So it’s not PAN INDIA anymore , but it is TELUGU INDIA 💪💪💪
ସେ ଲେଖିଛନ୍ତି ଯେ, "ବଲିଉଡ ଇତିହାସରେ ସବୁଠାରୁ ବଡ ଫିଲ୍ମ ହେଉଛି ହିନ୍ଦୀ ଭାଷାରେ ଡବ୍ ହୋଇଥିବା ତେଲୁଗୁ ଚଳଚ୍ଚିତ୍ର ପୁଷ୍ପା-୨। ବଲିଉଡ ଇତିହାସର ସବୁଠୁ ବଡ ଅଭିନେତା ହେଉଛନ୍ତି ଜଣେ ତେଲୁଗୁ ଅଭିନେତା ଅଲୁ ଅର୍ଜୁନ ଯିଏ ହିନ୍ଦୀ କହିପାରନ୍ତି ନାହିଁ। ତେଣୁ ଏହା ଏବେ ପ୍ୟାନ୍ ଇଣ୍ଡିଆ ନୁହେଁ ତେଲୁଗୁ ଇଣ୍ଡିଆ |"
Hey @alluarjun , #Pushpa2 is not WILD FIRE ..It’s WORLD FIRE 🔥🔥🔥🔥
— Ram Gopal Varma (@RGVzoomin) December 5, 2024
ଏହାପୂର୍ବରୁ ଫିଲ୍ମର ରିଲିଜ୍ ଦିନ ରାମ ଗୋପାଳ ବର୍ମା ଅଲୁ ଅର୍ଜୁନଙ୍କୁ ପ୍ରଶଂସା କରିଥିଲେ। ସେ ଲେଖିଥିଲେ- "ପୁଷ୍ପା-୨ ୱାଇଲ୍ଡ ଫାୟାର ନୁହେଁ ୱାର୍ଲଡ୍ ଫାୟାର।"