‘ସଞ୍ଜୁ’ ପରେ ନିର୍ମାଣ ହେବ ସଞ୍ଜୟ ଦତ୍ତଙ୍କ ଆଉ ଏକ ବାୟୋପିକ୍ ! କିଏ କରିବେ ଓ କାହିଁକି ଜାଣନ୍ତୁ
ମୁମ୍ବାଇ : ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସଞ୍ଜୁ’ ଏବେ ମଧ୍ୟ ବକ୍ସ ଅଫିସରେ ରାଜ୍ କରି ଚାଲିଛି । ଫିଲ୍ମରେ ରଣବୀରଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ବକ୍ସ ଅଫିସର ନୂଆ ବାଦ୍ଶାହା ପାଲଟିଛନ୍ତି ରଣବୀର । ଫିଲ୍ମକୁ ଏତେ ସଫଳତା ମିଳିବା ପରେ ଏବେ ସଞ୍ଜୟ ଦତ୍ତଙ୍କର ଆଉ ଏକ ବାୟୋପିକ୍ ତିଆରି ହେବାକୁ ଯାଉଥିବାର ସୂଚନା ମିଳିଛି । ଲୋକପ୍ରିୟ ଏବଂ ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ସଞ୍ଜୟ ଦତ୍ତଙ୍କ ଆଉ ଏକ ବାୟୋପିକ୍ ତିଆରି କରିବେ ବୋଲି ଘୋଷଣା କରିଛନ୍ତି । ଫିଲ୍ମର ନାମ ‘ସଞ୍ଜୁ: ଦ ରିୟଲ ଷ୍ଟୋରି’ ରଖାଯିବ ବୋଲି ନିଷ୍ପତ୍ତି ନେଇ ସାରିଥିବା ବେଳେ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଅସଲ ଜୀବନ ବିଷୟରେ ଲୋକ ଜାଣିବାକୁ ପାଇବେ ବୋଲି ସେ କହିଛନ୍ତି ।

ଏ ଖବରର ସତ୍ୟାସତ୍ୟ ଜାଣିବା ପାଇଁ ରାମ ଗୋପାଲ ବର୍ମାଙ୍କୁ ଏକ ସାକ୍ଷାତକାରରେ ପଚରାଯିବା ପରେ ସେ ହଁ ଭରିଥିଲେ । କିନ୍ତୁ ଫିଲ୍ମକୁ ନେଇ ସେ ଅଧିକ କିଛି କହିବା ପାଇଁ ମନା କରିଦେଇଥିଲେ । ସୂଚନା ମୁତାବକ, ଫିଲ୍ମ ସଞ୍ଜୁକୁ ନେଇ ସେ ଖୁସି ନଥିବାରୁ ଏପରି କରିଛନ୍ତି । ତାଙ୍କ ମତ ଅନୁଯାୟୀ ଫିଲ୍ମ ଜରିଆରେ ସଞ୍ଜୟ ଦତ୍ତଙ୍କ ଜୀବନ ସହ ଜଡ଼ିତ କଳା ସତକୁ ମାର୍ଜିତ କରି ଏକ ଭିନ୍ନ ଜରିଆରେ ଦେଖା ଯାଇଛି । ଯାହା ପାଇଁ ସେ ଆଉ ଏକ ବାୟୋପିକ୍ ନିର୍ମାଣ କରିବେ । ଏଥିରେ ସେ ସବୁ ଜିନିଷ ବିଷୟରେ ଲୋକେ ଜାଣିବାକୁ ପାଇବେ ଯାହା ଫିଲ୍ମ ‘ସଞ୍ଜୁ’ ଜରିଆରେ ଜଣା ଯାଇନାହିଁ ।