ପୁଣି ଏକାଠି ହେବେ ରାମ-ଲଖନ୍‌

ମୁମ୍ବାଇ: ପରଦାକୁ ପୁଣି ଫେରିବ ୮୦ ଦଶକର ଲୋକପ୍ରିୟ ଯୋଡ଼ି ରାମ-ଲଖନ୍‌। ଅନୀଲ କପୁର ଓ ଜ୍ୟାକି ସ୍ରଫ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ ବାର୍ତ୍ତାଳାପରୁ ଏହା ସ୍ପଷ୍ଟ ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଅନୀଲ ସମୁଦ୍ର କୂଳରେ ଦୌଡ଼ୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ଅନୀଲ ଲେଖିଛନ୍ତି, ପୁଣି ଥରେ ଏକାଠି ହେବାକୁ ପ୍ରସ୍ତୁତ ହୋଇଯାଅ, ଆମ ଟିମ୍‌ ଏହା ଉପରେ କାମ ଆରମ୍ଭ କରିସାରିଛି। ଜାକି ଦାଦା ଲେଖିଛନ୍ତି, ବ୍ୟାକୁଳ ହୋଇ ଏଥିପାଇଁ ଅପେକ୍ଷା କରିଛି, ମୋ ଲଖନ୍‌। ଏହି ବାର୍ତ୍ତାଳାପର ସ୍କ୍ରିନ୍‌ସଟ୍‌ ବି ଜାକି ଇନ୍‌ଷ୍ଟାରେ ସେୟାର କରିଛନ୍ତି। ଅନୀଲ ଓ ଜ୍ୟାକିଙ୍କ ଏଭଳି ବାର୍ତ୍ତାଳାପ ପରେ ଏବେ ଖୁବ୍‌ଶୀଘ୍ର ‘ରାମ ଲଖନ୍‌-୨’ ଚଳଚ୍ଚିତ୍ର ଆରମ୍ଭ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର