୩୩ ବର୍ଷ ପରେ ପୁଣି ନଜରକୁ ଆସିଲେ ରାମ-ଲକ୍ଷ୍ମଣ ଓ ସୀତା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ସୋ ‘ଦି କପିଲ ଶର୍ମା ସୋ’ରେ ଚଳିତ ସପ୍ତାହରେ କିଛି ଖାସ ଦେଖିବାକୁ ମିଳିବ | ୯୦ ଦଶକର ବହୁ ପୁରୁଣା ସ୍ମୃତି ଏଥର ତାଜା ହେବାକୁ ଯାଉଛି | କାରଣ ଏହି ଶନିବାର ରାତି ୯.୩୦ରେ କପିଳଙ୍କ ସୋରେ ରାମ-ଲକ୍ଷ୍ମଣ ଓ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କୁ ଦେଖିବାକୁ ମିଳିବ | ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଏଥର ଦେଖିବାକୁ ମିଳିବ |


ଏହି ଧାରାବାହିକରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ, ସୀତା(ଦୀପିକା ଚି଼ଖାଲିଆ) ଓ ଲକ୍ଷ୍ମଣ(ସୁନୀଲ ଲହରୀ) କପିଳଙ୍କ ସହ ନଜର ଆସିବେ | ଧାରାବାହିକ ରାମାୟଣ ସେତେବେଳେ ଏତେ ଲୋକପ୍ରିୟ ହୋଇଥିଲା ଯେ ଏହି ଅଭିନେତା-ଅଭିନେତ୍ରୀଙ୍କୁ କିଛି ଲୋକ ଭଗବାନ ମଧ୍ୟ ଭାବିନେଇଥିଲେ |

‘ରାମାୟଣ’ ର ପ୍ରସାରଣ ଜାନୁୟାରୀ ୧୯୮୭ରୁ ଜୁଲାଇ ୧୯୮୮ ଯାଏଁ ହୋଇଥିଲା | ପ୍ରତି ରବିବାର ସକାଳେ ଏହି ଧାରାବାହିକ ପ୍ରସାରିତ ହେଉଥିଲା | ଯେତେବେଳେ ଏହି ଧାରାବାହିକ ଟିଭି ପରଦାରେ ଆସୁଥିଲା ସମସ୍ତେ ଏହାକୁ ଦେଖିବାରେ ବ୍ୟସ୍ତ ହୋଇଯାଉଥିଲେ | ୩୩ ବର୍ଷ ପରେ ପୁଣି ଥରେ ଏହି ଅଭିନେତା-ଅଭିନେତ୍ରୀ ନିଜ ଅନୁଭୂତିକୁ କପିଲଙ୍କ ସୋରେ ସେୟାର କରିଛନ୍ତି |

ସମ୍ବନ୍ଧିତ ଖବର