ବକ୍ସ ଅଫିସରେ ରାମସେତୁର ଧମାକା, ପ୍ରଥମ ଦିନରେ ବଚନ ପାଣ୍ଡେକୁ ପଛରେ ପକାଇଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାମସେତୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଲୋକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ‘ରାମସେତୁ’ର ବକ୍ସ ଅଫିସ୍ କଲେକ୍ସନ ଉପରେ ସମସ୍ତଙ୍କ ନଜର ରହିଛି। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ‘ରାମସେତୁ’ର ପ୍ରଥମ ଦିନ କଲେକ୍ସନ ବାବଦରେ ସୂଚନା ଦେବାକୁ ଯାଉଛୁ | ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର ଭେଟି ଦେଇଥିବା ସୁପରଷ୍ଟାର ଅକ୍ଷୟ କୁମାର ‘ରାମସେତୁ’ରୁ ବହୁତ ଆଶା ରଖିଛନ୍ତି। ଯଦି ବକ୍ସ ଇଣ୍ଡିଆର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରାମସେତୁ ରିଲିଜ୍ ହେବାର ପ୍ରଥମ ଦିନରେ ୧୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଫିଲ୍ମ ‘ରାମସେତୁ’କୁ ବହୁତ ପ୍ରଶଂସା କରାଯାଉଛି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଅକ୍ଷୟଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ଭାବରେ ବିଚାର କରୁଛନ୍ତି। ବକ୍ସ ଅଫିସରେ ଉଦଘାଟନୀ ଦିନ ସଂଗ୍ରହ ଦୃଷ୍ଟିରୁ ଅକ୍ଷୟ କୁମାରଙ୍କ ରାମସେତୁ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଦୁଇଟି ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପୃଥ୍ୱୀରାଜକୁ ପଛରେ ପକାଇଦେଇଛି। ଗୋଟିଏ ପଟେ ବଚ୍ଚନ ପାଣ୍ଡେ ମୁକ୍ତିଲାଭ କରିବାର ପ୍ରଥମ ଦିନରେ ୧୩ କୋଟି ଟଙ୍କା ରୋଜଗାର କରିଥିବାବେଳେ ଏବଂ ସମ୍ରାଟ ପୃଥ୍ୱୀରାଜ ୧୦କୋଟି ଟଙ୍କା କଲେକ୍ସନ୍ କରିଥିଲା। ଅନ୍ୟପକ୍ଷରେ, ଫିଲ୍ମ ରାମସେତୁ ୧୫ କୋଟି ଟଙ୍କା ଆୟ କରିଛି । ତେବେ ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପୃଥ୍ଵୀରାଜ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ପ୍ରମାଣିତ ହୋଇଥିଲା। ଏପରି ପରିସ୍ଥିତିରେ, ରାମସେତୁ କିଭଳି ବ୍ୟବସାୟ କରୁଛି ତାହା ଦେଖିବାକୁ ବାକି ରହିଲା |

ସମ୍ବନ୍ଧିତ ଖବର