ମୁମ୍ବାଇ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ୍‌ ହେବାର ୩ ଦିନ ପର୍ଯ୍ୟନ୍ତ ଜବରଦସ୍ତ ଆୟ କରିବା ପରେ ୪ର୍ଥ ଓ ୫ମ ଦିନରେ ବେପାର  ହ୍ରାସ ପାଇଥିଲା। ଏଥିସହିତ ଏହି ସିନେମାର ଟ୍ରେଲର ରିଲିଜ ଦିନ ଠାରୁ ବିବାଦ ଲାଗି ରହିଛି। ବିଶେଷ ଭାବେ ସିନେମା ପୋଷ୍ଟର ଓ ଏଥିରେ ବ୍ୟବହୃତ ସଂଳାପକୁ ନେଇ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଓମ୍ ରାଉତଙ୍କୁ ନେଇ ‌ଟ୍ରୋଲ କରିଛନ୍ତି।

Advertisment

ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତ‌ା ସୁନୀଲ ଲହରି ଏହି ସିନେମାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସିନେମା ଦେଖିବା ପୂର୍ବରୁ ସେ ସଂଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ। ସିନେମା ଦେଖି ସାରିବା ପରେ ସୁନୀଲ ଲହରି କହିଛନ୍ତି, ‘ ମୋତେ ସିନେମ‌ାର କୌଣସି ଦିଗ ପସନ୍ଦ ଆସିଲାନାହିଁ। କେଉଁଠୁ ଆରମ୍ଭ ହୋଇ କେଉଁଠି ଶେଷ ହେଲା ତାହା ସ୍ପଷ୍ଟ ହୋଇପାରିଲି ନାହିଁ। ଏମିତି ସିନେମା କାହିଁକି ତିଆରି କରାଗଲା। ଆଉ କାହାକୁ ଦେଖାଇବାକୁ ତିଆରି ହୋଇଛି ମୋତେ ଟିକେ ବୁଝାଇ ଦିଅନ୍ତୁ।

ସିନେମା ହଲରେ ଚୌକିରେ ବସି ‘ଆଦିପୁରୁଷ’ ଦେଖୁଥିବା ବେଳେ ଏଥିରେ ଥିବା ସଂଳାପ ଶୁଣି ଇଚ୍ଛା ହେଉଥିଲା ପରଦା ଫାଡ଼ି ଦେବାପାଇଁ। ଏହି ସିନେମା ଦେଖି ପ୍ରଭୁ ହନୁମାନ ବି ମୁଣ୍ଡ ବାଡେଇ ଦେଉଥିବେ। ଫୁଟପାତରେ ଲୋକେ ଯେଭଳି କଥାବାର୍ତ୍ତା କରନ୍ତି। ଏଥିରେ ସେଭଳି ଭାଷା ଶୁଣିବାକୁ ମିଳୁଛି। ଏହା ଅତ୍ୟନ୍ତ ଲଜ୍ଜ୍ୟନୀୟ।’