ମୁମ୍ବାଇ: ବକ୍ସ ଅଫିସ୍‌ରେ ‘ଆଦିପୁୁରୁଷ’ ବିଫଳ ହେବା ପରେ ପୁଣି ଥରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ପରଦାରେ ଦେଖିପାରିବେ ଲୋକେ। ‘ରାମାୟଣ’ ଅତୀତରେ ଦୂରଦର୍ଶନରେ ପ୍ରକାଶିତ ହୋଇ ଅନେକ ଲୋକପ୍ରିୟତା ହାସଲ କରିସାରିଛି। ଏହି ସୋ’ଟି ପୁଣି ଥରେ ଟିଭିରେ ପ୍ରସାରିତ ହେବା ଶୁଣିବା ପରେ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି।

Advertisment

ତେବେ ‘ରାମାୟଣ’ଙ୍କୁ ନେଇ ଆହୁରି ଅନେକ କଥା ଅଛି ଯାହା ହୁଏତ ଆପଣ ଜାଣିନଥିବେ। ଆମେ ଜାଣନ୍ତି ସେ ସୀତା ରାଜା ଜନକଙ୍କ ଝିଅ ହୋଇଥିବାରୁ ତାଙ୍କ ନାମ ଜାନକୀ। ହେଲେ ଅଧିକାଂଶ ଲୋକ ଏକଥା ଜାଣନ୍ତିନି ଯେ ଜାନକୀ ଜନକଙ୍କ ଅସଲ ଝିଅ ନୁହଁନ୍ତି। ସୀତା ହେଉଛନ୍ତି ବସୁଧା ମାଆର ପୁତ୍ରୀ।

ବିଶ୍ବାସ କକରାଯାଏ ଯେ ପୂରା ବନବାସ ସମୟ (୧୪ ବର୍ଷ) ଯାଏ ରାମଙ୍କ ସାନ ଭାଇ ଲକ୍ଷ୍ମଣ ଶୋଇନାହାନ୍ତି। ସେ ରାତି ଅନିଦ୍ରା ହୋଇ ନିଜ ବଡ଼ ଭାଇଙ୍କୁ ଜଗି ରହୁଥିଲେ। ସେ ଏଥିପାଇଁ ନାଦ୍ରା ଦେବୀଙ୍କୁ ଅନୁରୋଧ କରି ୧୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ଆଖିରେ ନିଦ ନଦେବାକୁ କହିଥିଲେ।

ଆପଣ ଜାଣନ୍ତି କି ଗୁଣ୍ଡୁଚି ମୂଷା ପିଠିରେ ୩ଟି ଗାର କିପରି ହୋଇଛି? ‘ରାମାୟଣ’ କୁହେ ସେତୁ ବନ୍ଧ ବାନ୍ଧିଲା ବେଳକୁ ଗୁଣ୍ଡୁଚି ମୂଷା ଶ୍ରୀରାମ ଚନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ପଞ୍ଚଘୁଞ୍ଚା ଦେଇନଥିଲା। ସେ ପାଣିରେ ବୁଡ଼ି ଆସି ବାଲିରେ ଗଡ଼ି ଯାଉଥିଲା, ସେ ବାଲିକୁ ପୁଣି ନେଇ ପାଣିରେ ଝାଡ଼ି ଦେଉଥିଲା। ଯାହାକୁ ଦେଖି ଖୁସି ହୋଇ ରାମ ତା’ ପିଠିକୁ ହାତରେ ଆଉଁସି ଦେଇଥିଲେ। ସେଇଦିନଠୁ ତା’ ପିଠିରେ ୩ ଗାର ପଡ଼ି ଯାଇଥିଲା।

କ‌ରୋନା ସମୟରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ରାମାନନ୍ଦ ସାଗରଙ୍କୁ ‘ରାମାୟଣ’ ପୁନଶ୍ଚ ପ୍ରକାଶିତ ହୋଇଥିଲା। ଜୁଲାଇ ୫ ତାରିଖରୁ ‘ରାମାୟଣ’ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଏହା ସଂଧ୍ୟା ୭.୩୦ ସମୟରେ ‘ସେମାରୋ ଟିଭି’ରେ ଦେଖିବାକୁ ମିିଳିବ। ଏହି ସୋ’ ପ୍ରଥମେ ୧୯୮୭ ମସିହାରେ ‘ଦୂରଦର୍ଶନ’ରେ ପ୍ରସାରିତ ହୋଇଥିଲ‌ା।

ପ୍ରଭାସ, କ୍ରିତି ସାନନ୍‌ ଓ ‌ଦେବଦତ୍ତ ନାଗଙ୍କ କିଛି ସଂଳାପ ପାଇଁ ବିବାଦର ପରିସରକୁ ଆସିଥିଲା ନିର୍ଦ୍ଦେଶକ ଓମ ରାଉତଙ୍କ ‘ଆଦୁପୁରୁଷ’।ମୋଟାମୋଟି କହିବାକୁ ଗଲେ ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ବିଫଳ ହୋଇଛି।  ସିନେମାଟି ରିଲିଜ୍‌ ହେବାର ୩ ଦିନ ପର୍ଯ୍ୟନ୍ତ ବେଶ୍‌ ଭଲ ଆୟ କରିଥିଲା। ମାତ୍ର ତା’ପରେ ଧୀରେ ଧୀରେ ଦର୍ଶକଙ୍କ ଭିତରେ ଚାହିଦା କମିଲା। ଏବେ ଏହା ଆୟ କ୍ଷେତ୍ର‌ରେ ଏକଦମ ପଛୁଆ।