ଏବେ ବି ‘ରାମାୟଣ’ ଟିଆର୍‌ପି ଶୀର୍ଷରେ

ଯେବେ ରାମାୟଣ ପୁନଃପ୍ରସାରିତ ହେଲା, ଅନେକ କହୁଥିଲେ, ଆଜିକା ସୋସିଆଲ ମିଡିଆ ଯୁଗରେ ନବେ ଦଶକର ‘ରାମାୟଣ’ କିଏ ଦେଖିବ? ମାତ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କଳନା ସତ ହେଲା। ‘ରାମାୟଣ’ ପାଇଁ ଦୂରଦର୍ଶନ ପୁନଃ ଟିଆର୍‌ପି ରେଟ୍‌ରେ ଶୀର୍ଷକୁ ଉଠିଲା। ରାମାୟଣ ଏବେ ସବୁଠୁ ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟରେ ରହିଛି ଡିଡି ଭାରତୀ ଓ ଡିଡି ମେଟ୍ରୋରେ ପ୍ରସାରିତ ‘ମହାଭାରତ’। ଏହାପରେ ତୃତୀୟ ସ୍ଥାନରେ ରହିଛି ଦଙ୍ଗଲ୍ ଚ୍ୟାନେଲ୍‌‌ରେ ପ୍ରସାରିତ ‘ପ୍ୟାର୍‌ କି ଲୁକା ଛୁପି ହୈ’। ଏଥିରେ ରାହୁଲ ଶର୍ମା ଓ ଅପର୍ଣ୍ଣା ଦୀକ୍ଷିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚତୁର୍ଥରେ ବି ରହିଛି ଦଙ୍ଗଲରେ ପ୍ରସାରିତ ‘ମହିମା ଶନିଦେବ’। ମହିମା ଶନିଦେବ ମଧ୍ୟ ଦଙ୍ଗଲରେ ପୁନଃ ପ୍ରସାରଣ ହେଉଛି। ଏହା ସତ୍ତ୍ବେ ମଧ୍ୟ ବହୁତ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର