ଅଯୋଧ୍ୟା: ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ସୋ 'ରାମାୟଣ' ଆଜି ବି ଲୋକଙ୍କ ମନରେ ସେହିପରି ରହିଛି। ଏଥିରେ ରାମ, ସୀତା ଓ ଲକ୍ଷ୍ମଣ ଭୂମିକା ନିଭାଇଥିବା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲାହିର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପହଞ୍ଚି ସାରିଛନ୍ତି। ତିନି ଜଣଙ୍କୁ ଏକାସାଥୀରେ ଦେଖିବା ପରେ ଲୋକଙ୍କ ମନରେ ପୁଣି ଥରେ ଭକ୍ତିର ଭାବନା ଜାଗି ଉଠିଛି।

Advertisment

ସେମାନେ ଜାଅୁଆରି ୧୭ ତାରିଖରେ ଅଯୋଧ୍ୟାରେ ପହଞ୍ଚି ସାରିଥିବା ବେଳେ ସେମାନଙ୍କର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି। ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ସମେତ ବହୁ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।

ଇଣ୍ଟରନେଟରେ ଅରୁଣ ଗୋଭିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲାହିରଙ୍କ ଏକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ସେମାନେ ପାରମ୍ପାରିକ ହଳଦିଆ ଏବଂ ନାଲି ରଙ୍ଗର ପୋଷାକରେ ଅଯୋଧ୍ୟା ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ଦୀପିକାଙ୍କୁ ଏକ ସୁନ୍ଦର ଲାଲ୍ ରଂଗର ଶାଢ଼ି ଦେଖିବାକୁ ମିଳିଥିବା ବେଳେ ଅରୁଣ ଏବଂ ସୁନୀଲଙ୍କୁ ପାରମ୍ପାରିକ ହଳଦିଆ କୁର୍ତ୍ତାରେ ଦେଖିବାକୁ ମିଳିଛି।

ତେବେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଏକ ଗଣମାଧ୍ୟମ ସଂସ୍ଥା ସହ ବାର୍ତ୍ତାଳାପରେ ଅଯୋଧ୍ୟାରେ ସେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ କହିଛନ୍ତି।  ସେ ଏପର୍ଯ୍ୟନ୍ତ ହୋଟେଲ ରୁମ ପାଇପାରି ନାହାଁନ୍ତି ବୋଲି କହିଛନ୍ତି। ସୁନୀଲ କହିଛନ୍ତି, ‘‘ଅଯୋଧ୍ୟାକୁ ଦେଖିଲେ ଏହା ବିଶ୍ୱାସ କରିବା କଷ୍ଟକର ଯେ ଏହି ସହର ଯେଉଁଠାରେ ଆମେ ଦୁଇ ବର୍ଷ ପୂର୍ବେ ସୁଟିଂ ପାଇଁ ଆସିଥିଲୁ। ବହୁତ ପରିବର୍ତ୍ତନ ହୋଇଛି। ବିଶେଷ କରି ଏଠାରେ ପବନରେ ଆପଣ ଶକ୍ତି ଅନୁଭବ କରିପାରିବେ। ରାସ୍ତା କିମ୍ବା ରାସ୍ତା କଡ଼ରେ ଥିବା ଦୋକାନ ଏବଂ ଘରଗୁଡ଼ିକରେ ଭକ୍ତି ଦୃଶ୍ୟମାନ ହେଉଛି। ସହରଟି ବହୁତ ପରିଷ୍କାର ହୋଇଯାଇଛି।’’