‘ରାମାୟଣ’ର ଦେବୀ ସୀତାଙ୍କ ‘ସରୋଜିନୀ’ ଫିଲ୍ମର ପ୍ରଥମ ପୋଷ୍ଟର୍‌ ରିଲିଜ୍

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଦେବୀ ସୀତାଙ୍କ ଭୂମିକାରେ ନଜର ଆସି କୋଟି କୋଟି ହୃଦୟର ରାଣୀ ସାଜିଥିବା ଅଭିନେତ୍ରୀ ଦୀପିକା ଚିଖିଲିଆ ଟପିୱାଲା ତାଙ୍କ ନୂଆ ଫିଲ୍ମ ‘ସରୋଜିନୀ’ ପାଇଁ ପ୍ରସ୍ତୁତ। ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଉପରେ ଆଧିରିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦୀପିକା। ସେ ତାଙ୍କ ନୂଆ ଲୁକ୍‌ର ପ୍ରଥମ ପୋଷ୍ଟର୍‌କୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

ସରୋଜିନୀକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଆକାଶ ନାୟକ ଏବଂ ଧିରଜ ମିଶ୍ର। ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଧିରଜ ମିଶ୍ର ଓ ଯଶୋମତୀ ‌ଦେବୀ। ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ରୟାଲ୍‌ ଫିଲ୍ମ ମିଡିଆ ବ୍ୟାନର୍‌ର କୁନୁ ଭାଇ ପଟେଲ।

ଚଳଚ୍ଚିତ୍ର ପୋଷ୍ଟର୍‌ରେ ଦୀପିକା ଅତ୍ୟନ୍ତ ଭାବୁକ ଅନ୍ଦାଜରେ ନଜର ଆସିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ସରୋଜିନୀ ନାଇଡୁ ହେଉଛନ୍ତି ସ୍ବାଧୀନତା ସଂଗ୍ରାମର ଜଣେ ଜଣାଶୁଣା ଯୋଦ୍ଧା। ସେ ଜଣେ କବୟତ୍ରୀ ମଧ୍ୟ। ତାଙ୍କ ଉପରେ ହେଉଥିବା ଏହି ଚଳଚ୍ଚିତ୍ରଟିରେ ସରୋଜୀନିଙ୍କ ଜୀବନର ଯାତ୍ରାକୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର