କେକ କାଟି ଡ୍ରାଇଭରଙ୍କ ଜନ୍ମଦିନ ପାଳନ କଲେ ରାମଚରଣ

ହାଇଦ୍ରାବାଦ: ମୋ ସହ ସବୁ ସମୟରେ, ମୋତେ ସୁରକ୍ଷିତ ଭାବେ ନେଉଥିବା ଡ୍ରାଇଭର ମୋ ପାଇଁ ଖୁବ ଖାସ | ସେ କେବଳ ମୋ ପାଇଁ ଡ୍ରାଇଭର ନୁହନ୍ତି ମୋ ସାନ ଭାଇ ଭଳି ମୁଁ ତାଙ୍କୁ ଭଲ ପାଏ | ନିଜ ଡ୍ରାଇଭରଙ୍କ ଜନ୍ମଦିନ ମନେ ରଖି କେକ କାଟି ଏହାକୁ ପାଳନ କରିଛନ୍ତି ସାଉଥ ମେଗାଷ୍ଟାର ରାମଚରଣ | ବିଶେଷ କରି ରାମଚରଣଙ୍କ ସହ ଯେଉଁମାନେ ସବୁ ମୁହୂର୍ତ୍ତରେ ଥାନ୍ତି, ସେ ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରନ୍ତି ଏବଂ ସେଥିପାଇଁ ଲୋକମାନେ ତାଙ୍କୁ ମାସ୍ ଷ୍ଟାର୍ ଅର୍ଥାତ୍ ଜନତାଙ୍କ ହିରୋ ବୋଲି କହନ୍ତି | ପିତା ଚିରଞ୍ଜୀବୀଙ୍କ ପଦାଙ୍କ ଅନୁସରଣ କରି ‘ଆରଆରଆର’ ଅଭିନେତା ରାମଚରଣ ନିକଟରେ ତାଙ୍କ ଡ୍ରାଇଭର ନରେଶଙ୍କ ଜନ୍ମଦିନ ପାଳନ କରିଥିଲେ।

ରାମଚରଣଙ୍କ ଡ୍ରାଇଭରଙ୍କ ଜନ୍ମଦିନ ପାଳନର ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ନରେଶଙ୍କ ଜନ୍ମଦିନରେ ଅଭିନେତାଙ୍କ ପତ୍ନୀ ଉପାସନା କାମିନେନି ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ କିଛି ଖାସ ଲୋକ ଯୋଗ ଦେଇଥିବାବେଳେ ଡ୍ରାଇଭରଙ୍କ ପାଇଁ ରାମଚରଣ ଏହାର ଆୟୋଜନ କରିଥିଲେ |

ସୂଚନା ଥାଉ କି ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଆରସି୧୫ ପାଇଁ ସୁଟିଂ କରୁଛନ୍ତି |ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାମଚରଣ ଜଣେ ଆଇଏଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ | ଏହି ସସପେନ୍ସ ଡ୍ରାମାର କାହାଣୀ କାର୍ତ୍ତିକ ସୁବରାଜୁ ଲେଖିଛନ୍ତି ଏବଂ ଫିଲ୍ମର ସୁଟିଂ ଚାଲିଛି | ଆରସି ୧୫ ପରେ, ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ଆରସି୧୬ ପାଇଁ ସୁଟିଂ ଆରମ୍ଭ କରିବେ | ଏହି ଫିଲ୍ମର ନିର୍ଦ୍ଦେଶନା ‘ଜର୍ସି’ ନିର୍ଦ୍ଦେଶକ ଗୌତମ ତିନପୁରୀ ଦେବେ |

ସମ୍ବନ୍ଧିତ ଖବର