ବଲିଉଡରେ ଡେବ୍ୟୁ କରିପାରନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷି ନିଶଙ୍କ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି | ଆରୁଷି ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ରିଲିଜ କରି ଏବାବଦରେ ଘୋଷଣା କରିଛନ୍ତି | ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଶିକ୍ଷା ମନ୍ତ୍ରୀ ଥିବା ରମେଶ ପୋଖରିଆଲ ନିସଙ୍କଙ୍କ ବଡ ଝିଅ ଆରୁଷି ନାରୀ ସଶକ୍ତିକରଣ, ପରିବେଶ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ରହିଆସିଛନ୍ତି | ହିମାଳୟାନ ଆୟୁର୍ବେଦିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଚେୟାରପର୍ସନ ଥିବା ଆରୁଷି ୬ ବର୍ଷ ପୂର୍ବେ ବିବାହ କରିଥିଲେ |

୨୦୧୮ ମସିହାରେ ନିଜ ବାପାଙ୍କ ଉପରେ ଆଧାରିତ ଏକ ଆଞ୍ଚଳିକ ଫିଲ୍ମ ‘ମେଜର ନିରାଲା’ ର ସେ ପ୍ରଯୋଜିକା ମଧ୍ୟ ରହିଆସିଛନ୍ତି | ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରୁଷି ଫିଲ୍ମ ‘ତାରିଣୀ’ ବାବଦରେ ଘୋଷଣା କରିଥିଲେ | ଏହି ଫିଲ୍ମକୁ ହିମଶ୍ରୀ ଫିଲ୍ମ ସହ ଟି-ସିରିଜ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି | ତେବେ ଏହି ଫିଲ୍ମର ନିର୍ଦ୍ଦେଶକ ଓ ଅଭିନେତ୍ରୀମାନଙ୍କ ବାବଦରେ କୌଣସି ଘୋଷଣା କରାଯାଇନାହିଁ |

photo-instagram

ସୂଚନା ମୁତାବକ ନୌସେନାର ୬ ଜଣ ମହିଳା ଅଫିସର ୧୯ ସେପ୍ଟେମ୍ବର ୨୦୧୭ରେ ଆଇଏନଏସଭି ତାରିଣୀ ରେ ନିଜ ଯାତ୍ରା ଗୋଆରୁ ଆରମ୍ଭ କରିଥିଲେ | ୧୯ ମେ, ୨୦୧୮ ମସିହାରେ ସେମାନେ ୨୧,୬୦୦ ନଟିକାଲ ମାଇଲ ଦୂରତା ଅତିକ୍ରମ କରି ପୁଣି ଫେରିଆସିଥିଲେ | ପାଖାପାଖି ୨୫୪ ଦିନର ଯାତ୍ରା କରିଥିବା ଏହି ୬ ଜଣ ମହିଳା ଅଫିସର ନୂଆ ରେକର୍ଡ କରିଥିଲେ |

ସମ୍ବନ୍ଧିତ ଖବର