ଲଖନଉ: ଚଳିତ ବର୍ଷ ଉତ୍ତରପ୍ରଦେଶର ରାମନଗରୀ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା 'ରାମଲୀଳା' ବେଶ ସ୍ୱତନ୍ତ୍ର ହେବ। ଏଥର ବଲିଉଡ ଅଭିନେତ୍ରୀ ଭାଗାଶ୍ରୀ ମଧ୍ୟ ରାମଲୀଳାରେ ନଜର ଆସିବେ। ରାମଲୀଳା କମିଟିର ପ୍ରତିଷ୍ଠାତା ସୁଭାଷ ମଲିକଙ୍କ କହିବା ଅନୁଯାୟୀ ଏଥର ଭାଗ୍ୟଶ୍ରୀଙ୍କୁ ରାମଲୀଳାରେ ସବରିଙ୍କ ଭୂମିକାରେ ଦେଖିବାକୁ ମିଳିବ। ଗତଥର ଭାଗ୍ୟଶ୍ରୀ ମାତା ସୀତା ଭୂମିକାରେ ଅଭିନୟ କରିଥିଲେ। ମିଳିଥିବା ସୂଚନା ମୁତାବକ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଚଳିତ ବର୍ଷ ଅଯୋଧ୍ୟା ରାମଲୀଳାରେ ସବରିଙ୍କ ଭୂମିକାରେ ଅଭିନୟ କରିବେ। ରାମାୟଣରେ କଥିତ ଅନୁଯାୟୀ ଯେଭଳି ସବରି ପ୍ରଭୁ ଶ୍ରୀରାମଙ୍କୁ ପ୍ରଥମେ କୋଳି ନିଜେ ଖାଇ ମିଠା କୋଳି ଖୁଆଇଥିଲେ, ଏଥର ଭାଗ୍ୟଶ୍ରୀ ମଧ୍ୟ ସେୟା କରିବେ |
୨୫ ସେପ୍ଟେମ୍ବରରୁ ୫ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମଲୀଳା ଆୟୋଜିତ ହେବ | ଅଯୋଧ୍ୟା ରାମଲୀଳାର ଏହା ତୃତୀୟ ସଂସ୍କରଣ ହେବ | ଏଥର ଭାଗ୍ୟଶ୍ରୀଙ୍କ ବ୍ୟତୀତ ମନୋଜ ତିୱାରୀ, ରବି କିଶନ, ବିନ୍ଦୁ ଦାରା ସିଂ (ହନୁମାନ), ଗଜେନ୍ଦ୍ର ଚୌହାନ (ରାଜା ଜନକ), ଶାହବାଜ ଖାନ (ରାବଣ), ରାକେଶ ବେଦୀ, ଗୁରୁଫି ପଟେଲ (ନାରଦ), ଗିରିଜା ଶଙ୍କର (ଦଶରଥ), ଉପାସନା ସିଂ (କୈକେୟୀ), ଦୀକ୍ଷା ରାଇନା (ସୀତା) ଏବଂ ରାହୁଲ ବୁଚର (ରାମ) ଭୂମିକାରେ ନଜର ଆସିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/3cf2ecc5-0bab-46f2-9536-b8807e3b4aea.jpg)