ରାମୋଜୀ ଫିଲ୍ମ ସିଟିରେ ୫୩ ଦିନିଆ ଛୁଟିର ମାହୋଲ : ଏପ୍ରିଲ ୧୯ରୁ ଖରା ଦେବ ନାହିଁ ଧରା!

ଖରାର କଠୋରତାକୁ ଦୂରେଇ ଦେବା ଲାଗି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଭେଟି ଦେବ ଉତ୍ସବ ଓ ଉତ୍ସାହର ଉଲ୍ଲାସ ଏବଂ ଆନନ୍ଦ ଓ ଆମୋଦର ଅଭିନବ ଅନୁଭୂତି। ଏପ୍ରିଲ ୧୯ରୁ ଜୁନ ୧୦ ତାରିଖ ଯାଏଁ ଚାଲିବ ‘ହୋଲିଡ଼େ କାର୍ଣ୍ଣିଭାଲ୍‌’।ସୁସଜ୍ଜିତ ଆଲୋକମାଳା ଓ ବର୍ଣ୍ଣାଢ଼୍ୟ ପରିପାଟୀ ଭିତରେ ଆପଣଙ୍କ ଅବକାଶକୁ ସ୍ମରଣୀୟ କରିବା ପାଇଁ ରାମୋଜୀ ପିଲ୍ମ ସିଟିକୁ ଓହ୍ଲେଇ ଆସିବ ୫୩ ଦିନର ଏକ ନିଆରା ଋତୁ।
କାର୍ଣ୍ଣିଭାଲ୍‌ର ପ୍ରତିଟି ଦିନରେ ପର୍ଯ୍ୟଟକ ପାଇବେ ସ୍ୱତନ୍ତ୍ର ଭାବେ ପରିଭ୍ରମଣ ଓ ଲାଇଭ୍‌ ସୋ, ଶବ୍ଦ ଓ ଆଲୋକର ତାଳେତାଳେ ପ୍ରତିଟି ମୁହୂର୍ତ୍ତର୍କୁ ଉପଭୋଗ କରିବାର ଅନନ୍ୟ ସୁଯୋଗ।

ବିଷୟ ଭିତ୍ତିକ ଅବକାଶ ବିନୋଦନସ୍ଥଳୀ ତଥା ସିନେମା ଜଗତର ଯାଦୁକରୀ କାହାଣୀ ବଖାଣୁ ଥିବା ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକ ବିଭିନ୍ନ ଟୁର୍‌ ପ୍ୟାକେଜ୍‌ ସହ ପ୍ରିମିୟମ ପ୍ୟାକେଜ୍‌ଗୁଡ଼ିକର ସୁବିଧା ମଧ୍ୟ ନେଇପାରିବେ। ‘ବାହୁବଳୀ’ର ମନୋଜ୍ଞ ସିନେ ଜଗତକୁ ଆବିଷ୍କାର କରୁକରୁ ସାଉଁଟି ନେବେ ଅନେକ ଅପାସୋର ଅନୁଭୂତି।

ବାହୁବଳୀ ସେଟ୍‌ର ଆଡ଼ମ୍ବର: ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକମାନେ ଅତି ନିକଟରୁ ପ୍ରତ୍ୟକ୍ଷ କରିବେ ‘ବାହୁବଳୀ’ର ମନୋଜ୍ଞ ଜଗତ ଆଉ ମହିଷ୍ମତୀ ସାମ୍ରାଜ୍ୟର ଚିତାକର୍ଷକ ବୈଭବ। ଦେଶର ସର୍ବାଧିକ ଚର୍ଚ୍ଚିତ ଏହି ଚଳଚ୍ଚିତ୍ରର ଅନୁଭୂତିକୁ ରୁପେଲି ପରଦାର ଛବିରୁ ବାସ୍ତବତା ଆଡ଼କୁ ନେଇଯିବ ରାମୋଜୀ ଫିଲ୍ମ ସିଟିର ଦର୍ଶନୀୟ ସୁଟିଂ ସେଟ୍‌ଗୁଡ଼ିକ। ପର୍ଯ୍ୟଟକକୁ ଆଣିଦେବ‘ବାହୁବଳୀ’ର ଅନୁଭୂତିକୁ ପୁନଃର୍ଜୀବିତ କରିବାର ବିରଳ ସୁଯୋଗ।

ଅନନ୍ୟ ଅବସର,ସୁଯୋଗ ଅପାର: କାର୍ଣ୍ଣିଭାଲ ସମୟରେ ଭ୍ରମଣପ୍ରିୟ ପର୍ଯ୍ୟଟକ ପ୍ରାକୃତିକ ଦୃଶ୍ୟରେ ମଜ୍ଜି ଯାଇ ପାରିବ,ପୁଣି ଆନନ୍ଦରେ ହଜି ଯାଇପାରିବ। ଷ୍ଟେଜ୍‌ ସୋ,ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ,ଖେଳ,ବିଭିନ୍ନ ପ୍ରକାର ଦୋଳିର ଅପାର ସୁଯୋଗ ପର୍ଯ୍ୟଟକକୁ ଆଣିଦେବ ଅପାସୋର ଆନନ୍ଦ ଉପଭୋଗର ଅନନ୍ୟ ଅବସର।

ଝିଲିମିଲି ରାତି,ଦୂରେଇବ ତାତି: ଅବସର ବିନୋଦନର ବିବିଧତା ଓ ମନୋରଞ୍ଜନର ମନୋଜ୍ଞ ମାହୋଲ ଭିତରେ ଖରାଦିନର ଉଷ୍ଣ ସାଂଧ୍ୟ ପରିବେଶ ହୋଇଉଠିବ ଆହୁରି ଅନ୍ତରଙ୍ଗ। ଆଲୋକିତ ଝର ଓ ଝରଣା,ସୁସଜ୍ଜିତ ପଥ ଓ ପରିଧି ଏବଂ ହୀରା ପରି ଚମକୁଥିବା ସୃଜନଶୀଳ ଆଲୋକମାଳା ଭିତରେ କର୍ଣ୍ଣିଭାଲ ଉତ୍ସବ ପର୍ଯ୍ୟଟକଙ୍କୁ ଦେବ ଅବକାଶ ବିନୋଦନର ନିର୍ବିକଳ୍ପ ନିରୁତା ଆନନ୍ଦ।

କାର୍ଣ୍ଣିଭାଲ ଶୋଭାଯାତ୍ରା:ସୁସଜ୍ଜିତ ଭ୍ରାମ୍ୟମାଣ ପ୍ରଜ୍ଞାପନ ମେଢ଼,ସ୍ୱପ୍ନିଳ ପଥ ଓ ପରିଧି ପର୍ଯ୍ୟଟକଙ୍କୁ ଭେଟିଦେବ ଶବ୍ଦ ଓ ଆଲୋକର ତାଳେତାଳେ ଝିମି ଉଠିବା ପରି ଭିନ୍ନ ଏକ ମନୋଜ୍ଞ ମାହୋଲ। କୌତୁକିଆ ରଣପା କଳାକାରଙ୍କ ମେଳ ଓ ଜୋକରଙ୍କ ଖେଳ ଭିତରେ ବିତାଇବ ପର୍ଯ୍ୟଟକ।

ବାହାନା-ଖରା ଛୁଟି,ଠିକଣା-ରାମୋଜୀ ଫିଲ୍ମ ସିଟି: ଖରାଛୁଟିକୁ ଉପଭୋଗ୍ୟ କରିବା ପାଇଁ ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପସନ୍ଦର ହୋଟେଲ ରହଣି ପ୍ୟାକ୍‌ଜ୍‌ ବି ଉପଲବ୍ଧ ହେଉଛି। ବିଳାସମୟ ରହଣି ପାଇଁ ‘ସୀତାରା’ ହୋଟେଲ,ଆରାମଦାୟକ ରହଣି ପାଇଁ ‘ତାରା’ ହୋଟେଲ,ପକେଟକୁ ସୁହାଇବା ପରି ବ୍ୟବସ୍ଥା ପାଇଁ ‘ଶାନ୍ତି ନିକେତନ’ଏବଂ ବସୁନ୍ଧରା ଭିଲ୍ଲା ରହିଛି। ଏଥରର ଗ୍ରୀଷ୍ମ ଅବକାଶକୁ ସ୍ମରଣୀୟ କରିବାକୁ ଲଗ୍‌ଅନ୍‌ କରନ୍ତୁ www.ramojifilmcity.com କିମ୍ବା ଯୋଗାଯୋଗ କରନ୍ତୁ:୧୮୦୦ ୪୨୫୦ ୯୯୯୯.

ସମ୍ବନ୍ଧିତ ଖବର