୧୮ରୁ ପୁଣି ଖୋଲିବ ରାମୋଜୀ ଫିଲ୍ମ ସିଟି

ଫେରୁଛି କ୍ରୀଡ଼ା, କୌତୁକ ଓ କୁହୁକର ଋତୁ

ହାଇଦ୍ରାବାଦ:  ଫେବ୍ରୁଆରି ୧୮ରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟି । ବିଶ୍ୱର ସର୍ବବୃହତ ଏହି ଫିଲ୍ମ ଷ୍ଟୁଡିଓରେ ପର୍ଯ୍ୟଟକ ପୂର୍ବଭଳି ମନୋରଂଜନ, ଆନନ୍ଦମୟ ସିନେମ୍ୟାଜିକ ଓ ଅବସର ବିନୋଦନର ଅନୁଭୂତି ହାସଲ କରିପାରିବେ।

କୋରୋନା ପରେ ରାମୋଜୀ ଫିଲ୍ମ ସିଟିକୁ ପୁଣି ଫେରୁଛି କ୍ରୀଡ଼ା, କୌତୁକ ଓ ଫିଲ୍ମର କୁହୁକ । ପରିବାର ସହ ଅବସର ବିନୋଦନର ଅନୁଭୂତିକୁ ସ୍ମରଣୀୟ କରିବା ପାଇଁ ରାମୋଜୀ ଫିଲ୍ମ ସିଟି ଭେଟି ଦେଉଛି ଫିଲ୍ମର କୌତୁକ, ଦୁଃସାହସିକ କ୍ରୀଡ଼ା ଓ ଆତିଥେୟତା ।

ମନମୋହକ ଷ୍ଟଣ୍ଟ ଶୋ, ଚିତ୍ତାକର୍ଷକ ଉଦ୍ୟାନ, ଗେମ୍‍ସ ଓ ରାଇଡ୍‍ସ ଭ୍ରମଣକାରୀଙ୍କୁ ଦେବ ଆମୋଦପ୍ରମୋଦର ଭରପୂର ସୁଯୋଗ । ରାମୋଜୀ ମୁଭି ମ୍ୟାଜିକରୁ ନିଆରା ଅନୁଭୂତି ସାଉଣ୍ଟିବେ ପର୍ଯ୍ୟଟକ । ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପସନ୍ଦର ରହଣି ପାଇଁ ବିଳାସମୟ, ଆରାମଦାୟକ, ଇକୋନୋମି ଓ ସୁପର ଇକୋନୋମି ପ୍ୟାକେଜ୍‍ ବି ଉପଲବ୍ଧ ହେଉଛି।
କୋରୋନା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ନିରାପଦ ଭ୍ରମଣ ପାଇଁ ରାମୋଜୀ ଫିଲ୍ମ ସିଟିରେ ସବୁ ପ୍ରକାରର ସାବଧାନତାମୂଳକ ପଦକ୍ଷେପ ନିଆଯାଉଛି । ପ୍ରତି ସ୍ଥାନରେ ପରିଦର୍ଶକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଧ୍ୟାନରେ ରଖି ଶାରୀରିକ ଦୂରତା ଓ ବିଶୋଧନର ସମସ୍ତ ନିୟମ ଅବଲମ୍ୱନ କରାଯାଉଛି । ଏହାଛଡ଼ା ନିରାପତ୍ତା ନିୟମ ସଂପର୍କରେ ଗାଇଡମାନଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ଦିଯାଇଛି ।

ରାମୋଜୀ ଫିଲ୍ମ ସିଟି ଭ୍ରମଣର ସୁଯୋଗ ନେବା ପାଇଁ ପର୍ଯ୍ୟଟକମାନେ ୱେବସାଇଟ୍‍ www.ramojifilmcity.com  କିମ୍ୱା ନିଃଶୁଳ୍କ ନମ୍ୱର ୧୮୦୦ ୧୨୦ ୨୯୯୯ର ସହାୟତା ନେଇପାରିବେ ।

ସମ୍ବନ୍ଧିତ ଖବର