ଭୁବନେଶ୍ବର: ଅନସମିସ ପ୍ରଡକ୍ସନର ନୂଆ ଚଳଚ୍ଚିତ୍ର ‘ରାମରାଜ୍ୟ’ର ସୁଟିଂ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ସାମନାକୁ ଆସିଛି ଅଭିନୟ କରିଥିବା କଳାକାରଙ୍କ ନାଁ। ହୋଟେଲ ଲେମନ୍ଟ୍ରିଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ କଳାକାରଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଚଳଚ୍ଚିତ୍ରର ସମସ୍ତ ୟୁନିଟ୍ ସଦସ୍ୟ ଯୋଗ ଦେଇଥିବା ବେଳେ ଉତ୍ସବର ଆକର୍ଷଣ ସାଜିଥିଲେ ଓଲିଉଡ୍ ନାୟିକା ପୁନମ୍ ମିଶ୍ର। ଅନ୍ୟତମ ଆକର୍ଷଣ ଥିଲେ ବଲିଉଡ୍ ଫେମ୍ ରୋହିତ ରଏ, ଚଳଚ୍ଚିତ୍ରର ମୁଖ୍ୟ ନାୟକ ପ୍ରେମ ପରିଜା ଓ ଟିଭି କଳାକାର କନିକା କୌର ମାନ। ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, ଅଭିଷେକ ପଣ୍ଡା, ସୁପ୍ରିୟା ନାୟକ ଓ ବିଭାସ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ।
ଏହା ହେଉଛି ଅନସମିସ ପ୍ରଡକ୍ସନ ନିବେଦିତ ଷଷ୍ଠ ସିନେମା। ଓଲିଉଡ୍ର ଯୁବ ପ୍ରଯୋଜକ କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁ ମୋହନ ସାହୁ। ସହ-ପ୍ରଯୋଜକ ଅଛନ୍ତି ପୁନମ ମିଶ୍ର, ମମତା ରଥ ଓ କୌଶିକ ଦାସ। ଦୃଶ୍ୟଗ୍ରହଣରେ ଅଛନ୍ତି ରୁଦ୍ରକାନ୍ତ ସିଂ। କାହାଣୀ କୁମାର ପ୍ରୀତମ ସାହୁ ରଚନା କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଦିଲୀପ କୁମାର ଚୌଧୁରୀ। ସଙ୍ଗୀତ ଦେଇଛନ୍ତି ଅସାଦ ନିଜାମ। ସମ୍ପାଦନାରେ ଅଛନ୍ତି ରାଜେଶ ଦାସ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ କୁମାର ଜେନା। ଚଳଚ୍ଚିତ୍ରଟି ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ନିର୍ମାଣ ହେଉଛି। ଚଳିତ ବର୍ଷ ଶେଷ ଭାଗରେ ‘ରାମରାଜ୍ୟ’ ପରଦାକୁ ଆସିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/01/sfhfsfhsfh-2025-10-01-06-01-47.jpg)