ହିନ୍ଦୀ ଚଳଚ୍ଚିତ୍ର ଜଗତର ସବୁଠାରୁ ବ୍ୟସ୍ତ ଅଭିନେତା ଭାବେ ଜଣାଶୁଣା ଅକ୍ଷୟ କୁମାର ଚଳଚ୍ଚିତ୍ର ‘ରାମସେତୁ’ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ୨୦୨୨ ଦୀପାବଳିରେ ରାମସେତୁ ପରଦାକୁ ଆସିବ। ତେବେ ୨୦୨୧ ଅଧା ବେଳକୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ରାମସେତୁର ଅଧିକାଂଶ ଦୃଶ୍ୟର ସୁଟିଂ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ହେବ। ସେଥିପାଇଁ କିଛି ଦିନ ତଳେ ଅକ୍ଷୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଅପରପକ୍ଷେ ୨୦୨୧ରେ ଅକ୍ଷୟଙ୍କ ଅଭିନୀତ ସୂର୍ଯ୍ୟବଂଶୀ, ଅତରଙ୍ଗି ରେ, ବେଲବଟମ୍, ବଚ୍ଚନ ପାଣ୍ଡେ, ରକ୍ଷାବନ୍ଧନ ଭଳି ଚଳଚ୍ଚିତ୍ର ରିଲିଜ୍ ହେବାର ଅଛି।
୨୦୨୨ ଦୀପାବଳିରେ ‘ରାମସେତୁ’
/sambad/media/post_attachments/wp-content/uploads/2020/12/ramasetu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)